ଆମର ସବୁ ଗଲା, ଗୁଣୀ କରି ଖୁସି ମାରିଦେଲା! ସହ ସହ ଗାଁ ଲୋକ ହେଲେ ଏକାଠି ଆଉ ତା ପରେ… ଦେଖନ୍ତୁ Video

ଗାଁ ଲୋକେ ଏକାଠି ହୋଇ ପ୍ରବଳ ପାଟି ତୁଣ୍ଡ କରୁଛନ୍ତି । ହଠାତ ଏ ସବୁ ଦେଖିବା ପରେ କିଛି ବୁଝା ପଡୁନି । ଆଉ ମନରେ ପ୍ରଶ୍ନ ଉଠିବ ଏତେ ଲୋକ କାହିଁକି ଝଗଡା ହୋଇଛନ୍ତି ଗୋଟେ ଜାଗାରେ । ଦର୍ଶକ ବନ୍ଧୁ ଏଠାରେ ଏତେ ଲୋକ ଗହଳି କରିଛନ୍ତି କାହିଁକି ତାହା ଜାଣିବା ପରେ ଆପଣ ବି କହିବେ ଗୁଣୀ ଗାରିଡି କୁ କଣ କିଏ ବିଶ୍ଵାସ କରେ ? ବିଭିନ୍ନ ଦେବୀଙ୍କ ଫୋଟୋ ରହିଛି । ଫୁଲ ସିନ୍ଦୁର ଦିଆଯାଇ ପୂଜା ବି ଚାଲିଛି ।
ଏ ସବୁ ଦୃଶ୍ୟ ଦେଖିବା ପରେ ସାମାନ୍ଯ ସବୁ ଲାଗୁଛି ହେଲେ ଏଠାରେ କୁଆଡେ ଗୁଣୀ ହେଉଛି । ଆଉ ଲୋକଙ୍କ ମୁଣ୍ଡ ନିଆ ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଗାଁ ଲୋକେ । ଖାଲି ଅଭିଯୋଗ ଆଣି ନାହାନ୍ତି ବରଂ ପୋଲିସ ସହ ପାଟି ତୁଣ୍ଡ କରିବା ସହ ଧସ୍ତାଧସ୍ତି ଯାଏଁ କଥା ଯାଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଖରାସାହାପୁର ପାଞ୍ଚାୟତ ଶଙ୍କରପଡା ଗାଁ ରେ ଗୁଣୀ ଗାରିଡି କୁ ନେଇ ପ୍ରବଳ ଗଣ୍ଡୋଗୋଳ ।
ଅନେକ ଦିନ ହେବ ଏହି ଅଞ୍ଚଳରେ ଗୁଣୀ ଗାରିଡି ହେଉଥିବା ନେଇ ସନ୍ଦେହ କରା ଯାଉଥିଲା । ଗାଁ ର ପୂର୍ଣ୍ଣଚନ୍ଦ୍ର ମାହାଳିକ ଙ୍କ ସ୍ତ୍ରୀ ଖୁସି ମାହାଳିକ ଗୁଣୀ ଗାରିଡି କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେବେ ଖୁସି ଙ୍କୁ ପଚାରିବାରୁ ଗାଁ ରେ ସୃଷ୍ଟି ହୋଇଛି ତୁମୁଳ କାଣ୍ଡ । ଅଭିଯୋଗ ଅନୁଯାୟୀ ଗଣ ର ବସନ୍ତ ମାହାଳିକ ଙ୍କ ପୁଅ ଭରତ ମାହାଳିକ ଖୁସି ଙ୍କ ଦୋକାନକୁ ଜିନିଷ କିଣିବାକୁ ଯାଉଥିଲେ ।
ପରେ ଖୁସି ତାଙ୍କ ମୁଣ୍ଡରେ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ଥିଲେ । ଆଉ ଏହା ପରେ ସେ ରୋଗାଗ୍ରସ୍ତ ହେଲେ । ଏହା ପରେ ବସନ୍ତ ପୁଅଙ୍କୁ ନେଇ ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି ରୋଗ କଣ ଜଣା ପଡୁ ନାହି । ତେଣୁ ଗୁଣୀ ଗାରିଡି ହେବା ପରେ ପୁଅର ଏହି ଅବସ୍ଥା ବୋଲି ଭରତଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।
ଗଣ୍ଡୋଗୋଳ ଖବର ପାଇ ପୋଲିସ ପହଞ୍ଚିବା ପରେ ସ୍ଥିତି ଆହୁରି ଜଟିଳ ହୋଇ ପଡିଲା । ଜାଣିଶୁଣି ପୂର୍ଣ୍ଣଚନ୍ଦ୍ର ପରିବାରକୁ ପୋଲି ସୁରକ୍ଷା ଦେଉଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ସେପଟେ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମହିଳା ଜଣକ । ଆଉ କହିଛନ୍ତି ଗାଁ ଲୋକଙ୍କ ଅଭିଯୋଗ ଭିତ୍ତିହୀନ । ବର୍ତ୍ତମାନ ସମୟରେ ଅନ୍ୟ ଗ୍ରହରେ ଘର କରିବାକୁ ଚେଷ୍ଟା କରିଲେଣି ମଣିଷ ।
ଆଉ ଏହି ସମୟରେ ଗୁଣୀ ଗାରିଡି କୁ ନେଇ ଗାଁ ରେ ସୃଷ୍ଟି ହୋଇଛି ତୁମୁଳ କାଣ୍ଡ । ତେବେ ପୋଲିସ ଘଟଣା ଉପରେ ନଜର ରଖିବା ସହ ଯେମିତି ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହୁଏ ସେଥିଲାଗି ପ୍ରସ୍ତୁତ ରହିଛି ।