Exclusive : ମୋ ପୁଅ ପାଖରେ ଟଙ୍କାଟେ ନାହିଁ, ଲକ୍ଷେ କେଉଁଠୁ ଆଣିବ ? ବର୍ଷେ ହେଲା ବାହାହେଲାଣି ମୋ ଠୁ ପଇସା ନେଉଛି… ଦେଖନ୍ତୁ କଣ କହୁଛନ୍ତି ମା’

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଆଉ ସେ ଏବେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥ ବାଧକ ସାଯିବାରୁ ସେ ଓଡିଶା ବାସୀଙ୍କୁ ସାହାଜ୍ଯ ମାଗିଥିଲେ ଆଉ ଓଡିଶା ବାସି ମଧ୍ୟ ଆର୍ଥିକ ସାହାଜ୍ଯ କରିଛନ୍ତି । ହେଲେ ଗତ କିଛି ଦିନ ତଳେ ଜଣେ ଯୁବକ ପିଣ୍ଟୁ ନନ୍ଦଙ୍କୁ 50 ହଜାର ଟଙ୍କା ଚେକ ଦେଇଥିଲେ ଯାହାର ଭିଡିଓ ଭାଇରାଲ ହୋଇଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ସେହି ଚେକ ବାଉନ୍ସ ହେଇ ଯାଇଥିଲା । ଚେକ ବାଉନ୍ସ ହେବା ପରେ ସମସ୍ତେ ନିଜର ମତ ଦେଇଥିଲେ । ଆଉ ଏହାରି ମଧ୍ୟରେ ଓଲିଉଡ ଅଭିନେତା ବବି ମିଶ୍ର ନିନ୍ଦା କରିବା ସହ ଆଉ ଭଗବାନ ତାକୁ ଶାସ୍ତି ଦେବେ ବୋଲି କହିଥିଲେ । ଏହାକୁ ନେଇ ଅନେକ ବିବାଦ ଦେଖା ଯାଇଥିଲା । ଆଉ ଏହାରି ମଧ୍ୟରେ ସେହି ଯୁବକଙ୍କ ମାଆ ଆସି ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ।
ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତାଙ୍କ ମାଆ କହିଛନ୍ତି “ମୋ ପୁଅର ମୁଣ୍ଡ ଖରାପ । ଛୁଆ ବେଳୁ ସେ ମେଡ଼ିସିନ ଖାଉଥିଲା ହେଲେ ଏବେ ଆଉ ଖାଉନି ନି-ଶା ପାଣି ଖାଉଛି । ସେ ଯେଉଁ ମାନଙ୍କ ସହ ନି-ଶା ଖାଉଛି ମୁଁ ଜାଣିନି ତମେ ଯଦି ଧରି ପାରିବ ତ ଧର । ମୁଁ କାହାକୁ ଜାଣିନି । ସେ ଛୁଆ ବେଳୁ ଟେଣ୍ଡ କାମ କରୁଥିଲା । ହେଲେ ସବୁ ମଜୁରିଆ ମୁଲିଆ ଖାଇ ଦେବେ ସବୁ ପଳେଇବେ ।
ତାର ମୁଣ୍ଡ ଖରାପ । ସେ ଫିଲ୍ମ କରିଛି ସେ କେତେ ପ୍ରକାରର କରିଛି ତାକୁ ପଚାରିବ । ମୁଁ ଜାଣି ନାହି । ସେ କୌଣସି ଫିଲ୍ମ ପୁରା କରିନି ସବୁ ଟିକେ ଟିକେ ଯେଉଁଠି ସବୁ ସୁ-ଟି-ଙ୍ଗ ହେଇଛି । ତାକୁ 15 ଜଣ ଶତ୍ରୁ ଟଙ୍କା ଖାଇବେ ଫାଇଦା ଉଠାଇ ମୋ ପରିବାର ନଷ୍ଟ କରିବେ । ମୁଁ ସେମାନଙ୍କୁ ଜାଣିନି କି ଚିହ୍ନିନି ତମେ ଧରି ପାରିଲେ ଧରି ଦିଅ । ମୋ ପାଖରେ ସେ କେବେ ରୁହେ ନାହି । ସେ ସବୁବେଳେ ଲୁଚି ରୁହେ । ତାକୁ ଦାଦା ପାର୍ଟି ପାରିବେ ।
ଆଉ ରହିଲା ପଇସା କଥା ତା ପାଖରେ ପଇସା ଥିଲେ ସିନା ସେ ଦେବ । ବାହାଘର ବର୍ଷେ ହେଲାନି ମୋ ଠାରୁ ପଇସା ନେଉଛି । ମୁଁ ତାକୁ ଚାକିରି ପାଇଁ କହିଲି ସେ ଶୁଣିଲା ନାହି । ଥାନାରେ ପଚାରିଲେ ସବୁ କହିବେ ।
ଏବେ ତମେ ଜବାବ ଦେଇଥିବ ଫିଲ୍ମ ଲୋକ ଜବାବ ଦେଇଥିବେ ହେଲେ ପଛରେ ସେଇଠୁ ପଇସା ଦେବେ ନାହିଁ । ଆ ପାଖରେ କିଛି ପଇସା ନାହିଁ ଟଙ୍କାଟେ ନାହିଁ” ।