ନୀତି

ବେଡରୁମରେ ଏହି 3 ଗୁପ୍ତକାମ ସ୍ଵାମୀ ଓ ସ୍ତ୍ରୀ ଭୁଲରେବି କରନ୍ତୁ ନାହିଁ -Vastu Shastra

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ଏକ ପବିତ୍ର ସମ୍ପର୍କ ଅଟେ । ଏହି ସମ୍ପର୍କ ଏକ ସୂତା ଭଳି ଅଟେ ଯାହାକୁ ବହୁତ ଯତ୍ନର ସହିତ ରଖିବାକୁ ପଡିଥାଏ ଅର୍ଥାତ ଏହି ସମ୍ପର୍କକୁ ତୁଲାଇବାକୁ ପଡିଥାଏ । କାରଣ ବେଳେ ବେଳେ ଏମିତି କିଛି ପରିସ୍ଥିତି ସାମ୍ନାକୁ ଆସିଯାଏ ଯାହା ଦ୍ଵାରା ଏହି ସମ୍ପର୍କ ସଙ୍ଗେ ସ୍ନାଗେ ଭାଙ୍ଗି ଯାଏ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଘରେ ବାସ୍ତୁ ଦୋଷ ଥିଲେ ବି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ । କହିବାକୁ ଗଲେ ଯଦି ଆପଣଙ୍କର ବେଡରୁମରେ ନେଗେଟିବ ଶକ୍ତି ଥାଏ ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡା ହୋଇଥାଏ ।

କିନ୍ତୁ ଯଦି ପଜିଟିବ ଶକ୍ତି ଥାଏ ତେବେ ସ୍ଵାମୀ ସ୍ତ୍ରୀ ଖୁସିରେ ରହିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ସେ କେଉଁ ୩ ଟି ଜିନିଷ ଅଛି ଯାହାକୁ କରିବା ଦ୍ୱାରା ବେଡରୁମର ବାତାବରଣ ନେଗେଟିବ ଶକ୍ତିରେ ପରୀଣତ ହୋଇଥାଏ ।

ପ୍ରଥମରେ କଲି ଝଗଡା

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବେଳେ ବେଳେ କୌଣସି ନା କୌଣସି କଥାକୁ ନେଇ ମନାନ୍ତର ହୋଇଥାଏ କିମ୍ବା ଝଗଡା ହୋଇଥାଏ ତେବେ ଏହି ଝଗଡାକୁ ଆପଣ ନିଜ ବେଡରୁମରେ ନ କରି ଅଲଗା ଜାଗାରେ କରିବା ଉଚିତ । ଯଦି ଆପଣ ବେଡରୁମରେ ଝଗଡା କରୁଛନ୍ତି ତେବେ ଏହାର ନେଗେଟିବ ଊର୍ଜା ସେହି ସ୍ଥାନରେ ରହିଯାଏ ଯାହା ଦ୍ଵାରା ଏହି ନେଗେଟିବ ଶକ୍ତି ବୃଦ୍ଧି ହୋଇ ଝଗଡାକୁ ଆହୁରି ବଢାଇ ଥାଏ ।

ସେଥି ପାଇଁ ଯଦି କୌଣସି ସମୟରେ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା ହେବାର ସମ୍ଭାବନା ଥାଏ ତେବେ ସେହି କଥାକୁ ଆପଣ ବାଲକୋନୀ କିମ୍ବା ଛାତ ଉପରେ କରିବା କଥା କାରଣ ଏହି ଝଗଡାର ବାହାରୁ ଥିବା ନେଗେଟିବ ଶକ୍ତି ଘରେ ରହିବା ଅପେକ୍ଷା ବାହାରକୁ ବାହାରି ଯାଏ ।

ଭଙ୍ଗା ଖଟରେ ରୋମାନ୍ସ

ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗା ଖଟକୁ ଶୋଇବା ଘରେ ରଖିବା ଅଶୁଭ ହୋଇଥାଏ । ଏହା ସହିତ ଭଙ୍ଗା ଖଟ ଉପରେ ସ୍ଵାମୀ ସ୍ତ୍ରୀ ରୋମାନ୍ସ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ଭଙ୍ଗା ଖଟ କିମ୍ବା କୌଣସି ଭଙ୍ଗା ଆସବାବ ପତ୍ର ଘରେ ରଖିବା ଦ୍ଵାରା ବି ଘରେ ନେଗେଟିବ ଶକ୍ତି ବଢିଥାଏ ଯାହା ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

ଅନ୍ୟ ସ୍ଵାମୀ ସ୍ତ୍ରୀଙ୍କ ବିରୁଦ୍ଧରେ କହିବା

ସ୍ଵାମୀ ସ୍ତ୍ରୀଙ୍କୁ ନିଜ ଶୋଇବା ଘରେ ଅନ୍ୟ ସ୍ଵାମୀ ସ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କଥା ଆଲୋଚନା କରିବା ଉଚିତ ନୁହେଁ । ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ମନରେ ନେଗେଟିବ ଶକ୍ତି ଆସିଥାଏ । ଏଥିପାଇଁ ଏହି ନେଗେଟିବ ଶକ୍ତି ଆପଣଙ୍କ ପାଖରେ ବହୁତ ସମୟ ପର୍ଯ୍ୟନ୍ତ ରହିଥାଏ ତେବେ ଏହି ଶକ୍ତି ଆପଣଙ୍କ ପାର୍ଟନରଙ୍କ ସହ ମଧ୍ୟ କୌଣସି ମନାନ୍ତର ହୋଇଥାଏ ଏଥିପାଇଁ ଆପଣ ଶୋଇବା ଘରେ ଏପରି କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button