କ୍ରୀଡା
ପିଭି ସିନ୍ଧୁ ସେଞ୍ଚୁରୀ ମ୍ୟାଟ୍ରେସର ବ୍ରାଣ୍ଡ ଆମ୍ବାସାଡର – Utkal Mail
ହାଇଦ୍ରାବାଦ : ଅଲିମ୍ପିକ୍ସ ବିଜେତା ବେଡମିଣ୍ଟନ ତାରକା ପିଭି ସିନ୍ଧୁ ଭାରତର ଲୋକପ୍ରିୟ ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମ୍ୟାଟ୍ରେସର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଏବଂ ସର୍ବାଧିକ ସଫଳ ବେଡମିଣ୍ଟନ ଖେଳାଳି ଭାବରେ ସିନ୍ଧୁଙ୍କ ରାଷ୍ଟ୍ରୀୟ ଲୋକପ୍ରିୟତା ଏହି ବ୍ରାଣ୍ଡକୁ ଦେଶର ବିଭିନ୍ନ ଭୌଗୋଳିକ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହେବ ।
ଏହି ଅବସରରେ ପିଭି ସିନ୍ଧୁ କହିଛନ୍ତି, “ସେଞ୍ଚୁରୀ ମ୍ୟାଟ୍ରେସ ସହିତ ହାତ ମିଳାଇବା ମୋ ପାଇଁ ଏକ ବଡ଼ ପଦକ୍ଷେପ । ସଫଳତା ପାଇଁ କଠୋର ପ୍ରଶିକ୍ଷଣ ଯେପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଠିକ ସେହି ପରି ଶକ୍ତି ପୁନରୁଦ୍ଧାର ପାଇଁ ରାତିରେ ଭଲରେ ଶୋଇବା ବି ଗୁରୁତ୍ୱପୂର୍ଣ୍ଣ । ଯାହା ସେଞ୍ଚୁରୀ ମ୍ୟାଟ୍ରେସ କରୁଛି । ସମାଜର ସାମଗ୍ରିକ କଲ୍ୟାଣ ପାଇଁ ସୁସ୍ଥ ନିଦ୍ରା ସମାଧାନ ପାଇଁ ସେଞ୍ଚୁରୀର ଯାତ୍ରାର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ।”