କ୍ରାଇମ

ମୁହଁ ଖୋଲିଲେ ଶୁଭଲକ୍ଷ୍ମୀର ଆଣ୍ଟି, କହିଲେ ପ୍ରେମସଂପର୍କର କଥା – Utkal Mail


୧୫ ଦିନରେ ରିପୋର୍ଟ ଦେବାକୁ ମହିଳା କମିସନଙ୍କ ନିର୍ଦେଶ

ଭୁବନେଶ୍ବର: ହୋଟେଲ୍‌ ଦୀପାଳିରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ନେଇ ପ୍ରତି ଦିନ ଭିନ୍ନ ଭିନ୍ନ କଥା ପଦାକୁ ଆସୁଥିବା ବେଳେ ଘଟଣା ମହିଳା କମିସନରେ ପହଞ୍ଚିଛି। ୧୮ବର୍ଷରୁ କମ୍‌ ନାବାଳିକା କିଭଳି ବାର୍‌ରେ କାମ କରୁଥିଲେ? ଏବଂ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିଛନ୍ତି। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଗତକାଲି ଶୁଭଲକ୍ଷ୍ମୀଙ୍କ ଅଙ୍କଲ ମୁହଁ ଖୋଲିଥିବା ବେଳେ ଆଜି ତାଙ୍କ ସମ୍ପର୍କୀୟା ଆଣ୍ଟି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ପ୍ରେମ ସମ୍ପର୍କ ଯୋଗୁଁ ଶୁଭଲକ୍ଷ୍ମୀ ମାନସିକ ଅବସାଦରେ ରହୁଥିଲେ। ଏମିତିକି ପ୍ରେମ ପାଇଁ ସେ ହାତ କାଟିଥିବା କଥା ବି କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ବାରରେ ନାଚ କରୁଥିବା ଯୁବତୀ ଜଣେ ଗ୍ରାହକ ସହ କେମିତି ସେହି ବାରର ହୋଟେଲ ରୁମକୁ ଆସିଲେ? ହୋଟେଲ କର୍ମଚାରୀ ପୁଲିସକୁ ଅପେକ୍ଷା ନକରି କେଉଁ ପରିସ୍ଥିତିରେ ରୁମର କବାଟ ଭାଙ୍ଗିଦେଲେ? ଏପରିକି ବାର୍ ମାଲିକ କିଛି ଟଙ୍କା ଦେଇ ମାମଲାକୁ ଚପାଇବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହା ଭିତରେ କମିସନରେଟ୍‌ ପୁଲିସ ହାତରେ ବ୍ୟବଚ୍ଛେଦ ରିପୋର୍ଟ ଓ ସିଡିଆର ରିପୋର୍ଟ ଲାଗିଛି। ବ୍ୟବେଚ୍ଛେଦ ରିପୋର୍ଟର ଶୁଭଲକ୍ଷ୍ମୀଙ୍କ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଶୁଭଲକ୍ଷ୍ମୀଙ୍କ ପରିବାରବର୍ଗ ଠାରୁ ଆରମ୍ଭ କରି ସମ୍ପର୍କୀୟ, ହୋଟେଲ୍‌ କର୍ମଚାରୀ, ପୁରୁଷବନ୍ଧୁଙ୍କୁ ମିଶାଇ ୧୫ଜଣଙ୍କର ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ ହୋଇଛି। ହେଲେ ସମସ୍ତଙ୍କ ଭିନ୍ନ ଭିନ୍ନ ବୟାନ ପୁଲିସକୁ ଦ୍ବନ୍ଦ୍ବରେ ପକାଇଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ରିପୋର୍ଟ ଅପେକ୍ଷାରେ ଥିବା ବେଳେ କାହାରି କଥାରେ ତାଳମେଳ ନରହିବା ପୁଲିସ ଅପମୃତ୍ୟୁ ମାମଲାରୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା(୩୦୬)ରେ ମାମଲା ରୁଜୁ କରିପାରେ ବୋଲି କୁହାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button