କ୍ରାଇମ

ରାଜଙ୍କ ମାମଲାକୁ ନେଇ ଓକିଲ ଦେଲେ ଚାଞ୍ଚଲ୍ୟକର ବୟାନ – Utkal Mail


ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ପତି ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାକୁ ନେଇ ରାଜଙ୍କ ଓକିଲ ଏକ ବୟାନ ଦେଇଛନ୍ତି। ଓକିଲଙ୍କ ଏହି ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ପୁଲିସ ୨୦୨୧ରେ ଗିରଫ କରିଥିଲା। ଜେଲ ହେବାପରେ ରାଜଙ୍କୁ ଜାମିନ ମିଳିଯାଇଥିଲା।  ଏହି ମାମଲାକୁ ଦୁଇବର୍ଷ ବିତିଯାଇଛି। କିନ୍ତୁ ଏଯାବତ ଏହି ମାମଲାର କୌଣସି ସ୍ପଷ୍ଟ ଯାଞ୍ଚ କରାଯାଇନାହିଁ। ତେବେ ମାମଲାରେ ହେଉଥିବା ବିଳମ୍ବକୁ‌ ନେଇ ରାଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ନିଜର ମନ୍ତବ୍ୟ ଦେଇଛନ୍ତି।

ରାଜଙ୍କ ଓକିଲ କହିଛନ୍ତି, ‘ଜାଣିଶୁଣି ଏହି ମାମଲାର ଯାଞ୍ଚରେ ବିଳମ୍ବ  କରାଯାଉଛି। ଏକଥା ଆମେ ସ୍ପଷ୍ଟ ଭାବେ ଜାଣି ସାରିଛୁ।  ଏହି କାରଣରୁ ଆମ ଦେଶରେ କୌଣସି ମାମଲାର ଶୀଘ୍ର ସମାଧାନ ହୋଇପାରେ ନାହିଁ। ନିର୍ଦ୍ଦୋଷ ଲୋକ ବି ବିନା ଦୋଷରେ ଦଣ୍ଡ ପାଇ ଯାଇଥାଆନ୍ତି। ରାଜଙ୍କ ମାମଲାର କିପରି ଶୀଘ୍ର ଯାଞ୍ଚ କରାଯିବ ସେଥିପାଇଁ ଆମ ପକ୍ଷରୁ ପୂରା ଚେଷ୍ଟା କରାଯାଉଛି।’

ଏହି ଘଟଣାକୁ କେନ୍ଦ୍ର କରି ରାଜ କୁନ୍ଦ୍ରା ଏକ ସିନେମା ବି ନିର୍ମାଣ କରିଛନ୍ତି। ଯାହାର ଶୀର୍ଷକ ରହିଛି ୟୁଟି ୬୯। ସିନେମାର କାହାଣୀ ରାଜକୁନ୍ଦ୍ରା ଜେଲ ଯିବା ସମୟରୁ ଆରମ୍ଭ ହୋଇ ଜାମିନ ମିଳିବା ପରେ ଯାଇ ଶେଷ ହେଉଛି। ଏଥିରେ ରାଜ କୁନ୍ଦ୍ର‌ା ଏତେବଡ଼ ଷ୍ଟାର ହୋଇ ଜେଲ ଭିତରେ କେମିତି ଦିନ କାଟୁଥିଲେ ତାହାକୁ ବି ଦର୍ଶାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button