କ୍ରାଇମ

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଭିୱାନି: ହରିଆଣାର ଭିୱାନାରେ ଜଣେ ପତ୍ନୀ ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ବାମୀ ତାଙ୍କ ପରକୀୟା ପ୍ରୀତି ବିଷୟରେ ଜାଣି ପକାଇବାରୁ ମହିଳା ଜଣକ ପ୍ରେମିକଙ୍କ ସହଯୋଗରେ ସ୍ବାମୀଙ୍କୁ ହତ୍ୟା କରିଥିବା ସୂଚନା ରହିଛ।

ଅଭିଯୁକ୍ତ ରବିନା ବୃତ୍ତିରେ ଜଣେ ୟୁଟ୍ୟୁବର୍‌। ତାଙ୍କୁ ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ରବିନା ୨୦୧୭ ମସିହାରେ ପ୍ରବୀଣଙ୍କୁ ବିବାହ କରିଥିଲେ। ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଭିଡିଓ ଏବଂ ରିଲ୍‌ଗୁଡ଼ିକୁ ନେଇ ପ୍ରାୟତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତାଙ୍କ ସ୍ବାମୀ ମଦ ପିଇ ଅଧିକାଂଶ ସମୟରେ ମହିଳାଙ୍କ ସହ ପାଟି ତୁଣ୍ଡ କରି।

ସ୍ବାମୀଙ୍କ ବ୍ୟବହାରରେ ଅତିଶୟ ହୋଇ ମହିଳା ଜଣକ ମାର୍ଚ ମାସରେ ତାଙ୍କ ସ୍ୱାମୀ ପ୍ରବୀଣୁ ହତ୍ୟା କରି ମୃତଦେହକୁ ବାଇକ୍‌ରେ ନେଇ ସହର ବାହାରେ ଏକ ନାଳରେ ଫିଙ୍ଗି ଦେଇଥିଲେ।

ଦମ୍ପତିଙ୍କର ମୁକୁଲ ନାମକ ଏକ ଛଅ ବର୍ଷର ପୁଅ ଅଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ରବିନା ହିସାରର ଜଣେ ୟୁଟ୍ୟୁବର୍‌ ସୁରେଶଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲେ। ସମୟ ସହିତ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଭାବନା ସୃଷ୍ଟି ହୋଇଥିଲା।

୨୫ ମାର୍ଚ‌େୀ ପ୍ରବୀଣ ଘରକୁ ଫେରି ରବିନା ଏବଂ ସୁରେଶଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଲେ। ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ରାତିରେ ରବିନା ଏବଂ ସୁରେଶ ପ୍ରବୀଣଙ୍କୁ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସିସିଟିଭି ଫୁଟେଜରେ ରବିନା ଏବଂ ସୁରେଶ ଏକ ବାଇକରେ ପ୍ରବୀଣଙ୍କ ମୃତଦେହକୁ ବୋହି ନେଉଥିବାର ଦେଖାଯାଇଛି। ପ୍ରବୀଣଙ୍କ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ପରେ ପୁଲିସ ଅପରାଧର ତିନି ଦିନ ପରେ ତାଙ୍କ ମୃତଦେହକୁ ପଚାସଢ଼ା ଅବସ୍ଥାରେ ପାଇଲା।

ପୁଲିସ ମାମଲାର ତଦନ୍ତ କରି ରବିନାଙ୍କୁ ପଚରା ଉଚରା କରିଛି, ଯିଏକି ପରେ ଅପରାଧ ସ୍ୱୀକାର କରିଛନ୍ତି। ତାଙ୍କୁ ଜେଲ ପଠାଯାଇଛି ଏବଂ ପୁଲିସ ସୁରେଶଙ୍କୁ ଧରିବା ପାଇଁ ତଲାସ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button