କ୍ରାଇମ

ମୁର୍ଶିଦାବାଦ ୱକଫ୍‌ ବିରୋଧୀ ଦଙ୍ଗା: ବାପପୁଅଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ୱକଫ୍‌ ବିରୋଧୀ ଆନ୍ଦୋଳନ ସମୟରେ ହିନ୍ଦୁଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଏକ ପରିବାରର ବାପା-ପୁଅଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରିଛି। ଏପ୍ରିଲ୍‌ ୧୨ରେ, ସମଶେରଗଞ୍ଜର ଜାଫରାବାଦସ୍ଥିତ ହରଗୋବିନ୍ଦ ଦାସ ଓ ତାଙ୍କ ପୁଅ ଚନ୍ଦନ ଦାସଙ୍କ ଘରେ ଦଙ୍ଗାକାରୀମାନେ ପଶି ପୋଡ଼ାଜଳା କରିଥିଲେ। ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ଦେଶବ୍ୟାପୀ ପ୍ରତିକ୍ରିୟା ହୋଇଛି।

ଘଟଣାରେ ପଶ୍ଚିମବଙ୍ଗର ସ୍ପେସାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଓ‌ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଜାଫରାବାଦ ନିକଟବର୍ତ୍ତୀ ସୁଲିତାଲା ପୂର୍ବପଡ଼ା  ବାସିନ୍ଦା ଜିଆଉଲ୍‌ ଶେଖ୍‌କୁ ଗିରଫ କରିଛନ୍ତି। ଜିଆଉଲ୍‌ ଉତ୍ତର ଦିନାଜପୁରର ଚୋପ୍ରା ଠାରେ ଏକ ଘରେ ଲୁଚିଥିଲା। ଘଟଣାଦିନ, ଜିଆଉଲ୍‌  ହତ୍ୟା କରିବା ନିମନ୍ତେ ଲୋକଙ୍କୁ ଉସୁକାଇଥିଲା ଏବଂ ବାପା-ପୁ୍ଅଙ୍କୁ ହତ୍ୟା କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ହତ୍ୟା ମାମଲାରେ, ଜିଆଉଲ୍‌କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ପୁଲିସ ବାଂଲାଦେଶ ସୀମାନ୍ତ ସୁତି ଗାଁର ଦୁଇ ଭାଇ କାଳୁ ନାଦର ଓ ଦିଲଦାର ଏବଂ ଇଞ୍ଜମାମ୍‌ ଉଲ୍‌ ହକ୍‌କୁ ଗିରଫ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button