ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ସିନିୟରଙ୍କୁ ବିଶ୍ରାମ, ବୁମରାହ ଅଧିନାୟକ
ମୁମ୍ବାଇ: ୧୮ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ କ୍ରିକେଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ୧୦ ମାସ ପରେ ଆଘାତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରାହ ଦଳକୁ ଫେରିଛନ୍ତି । ତାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଘୋଷିତ ଦଳରେ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ତିଳକ ବର୍ମା, ରିଙ୍କୁ ସିଂ ଓ ଜିତେଶ ଶର୍ମାଙ୍କ ପରି ଆଇପିଏଲ ଷ୍ଟାରଙ୍କୁ ଦଳରେ ସ୍ଥାନରେ ମିଳିଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଏସିଆ କପ, ଟି୨୦ ବିଶ୍ୱକପ ଓ ଡବ୍ଲ୍ୟୁଟିସି ଫାଇନାଲରୁ ଓହରି ଯାଇଥିଲେ ।
୨୫ ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରାହ ଶେଷ ମ୍ୟାଚ ଖେଳିଥିଲେ । ବୁମରାହ ଏହି ଗସ୍ତରେ ଅଧିନାୟକ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ଏବେ ଏଥିରେ ମୋହର ଲାଗିଛି ।
ଭାରତୀୟ ଟିମ: ଯଶପ୍ରୀତ ବୁମରାହ(ଅଧିନାୟକ), ରିତୁରାଜ ଗାଏକ୍ୱାଡ (ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଳକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଶ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର ଓ ଆଭେଶ ଖାଁ ।