ଜୀବନଶୈଳୀ

ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା- Personality Test

ନମସ୍କାର ବନ୍ଧୁଗଣ ଆପଣ ଶୁଣି ଥିବେ କି ଆମ ଜନ୍ମ ଯେଉଁ ତାରିଖରେ ହୋଇଥାଏ ସେହି ଅନୁସାରେ ତାର ବ୍ୟକ୍ତିତ୍ୱ ମଧ୍ୟ ସେହି ଭଳି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଆମ ଜନ୍ମ ଦିନ ତାରିଖ ଏବଂ ମାସ ଦ୍ୱାରା ଆମର ବ୍ୟକ୍ତିତ୍ବ ବିଷୟରେ ଜାଣି ପାରୁ ଏବଂ ଆମ ଭବିଷ୍ୟତ ରେ କଣ ଘଟିବ ଏବଂ କିପରି ସମୟ ରହିବ ତାହା ମଧ୍ୟ ଆମେ ଜାଣି ପାରି ଥାଉ । ଏବଂ ଏହି ତିଥି ଅନୁସାରେ ଆମେ ଆମର ଆସୁଥିବା କାଲି ବିଷୟରେ ମଧ୍ୟ ଜାଣି ପାରୁ ଏବଂ ଆଗକୁ କିପରି ରହିବ ସବୁ ଏବଂ କଣ ସମସ୍ୟା ଆସିବ କିମ୍ବା ଜୀବନରେ କଣ ସବୁ ଘଟିବ ତାହା ମଧ୍ୟ ଆମେ ଜାଣି ପାରୁ ।

ଏହା ଛଡା ସପ୍ତାହ ର ସାତ ଦିନ ରେ ଯେଉଁ ଦିନ ବି ଜନ୍ମ ଗ୍ରହଣ କରି ଥାଉ ସେହିଥିରୁ ମଧ୍ୟ ଆମେ ନିଜର ବ୍ୟକ୍ତିତ୍ୱ ଏବଂ ନିଜର ଭବିଷ୍ୟତ ବିଷୟରେ ମଧ୍ୟ ଜାଣି ପାରୁ । ତେବେ ଆସନ୍ତୁ ଆମେ ଜାଣିନେବା କି ସପ୍ତାହ ର ସାତ ଦିନର ରହସ୍ୟ ।

୧- ପ୍ରଥମ ଦିନ ହେଉଛି ସୋମବାର । ସୋମବାର ର ସ୍ୱାମୀ ଗ୍ରହ ହେଉଛି ଚନ୍ଦ୍ରମା । ଏବଂ ଚନ୍ଦ୍ରମା ର ରାଶି କର୍କଟ ହୋଇ ଥାଏ । ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ଭାବୁକ ମଧ୍ୟ ହୋଇ ଥାଆନ୍ତି । ଏବଂ ନିଜ ପରିବାର ହିଁ ଏମାନଙ୍କ ପାଇଁ ସବୁ କିଛି ।

୨- ଦ୍ୱିତୀୟ ଦିନ ହେଉଛି ମଙ୍ଗଳବାର । ଏହାର ସ୍ୱାମୀ ଗ୍ରହ ହେଉଛି ମଙ୍ଗଳ । ଏବଂ ରାଶି ହେଉଛି ମେଷ ଏବଂ ବିଛା । ଏମାନେ ସର୍ଵଦା ଜୋସ ରେ ରୁହନ୍ତି । ଏବଂ ସର୍ଵଦା କିଛି ନୂଆ କରିବାର ଇଚ୍ଛା ମଧ୍ୟ ଥାଏ । ଏବଂ ସର୍ଵଦା କିଛି ନୂଆ କରିବାର ଚେଷ୍ଟା ମଧ୍ୟ କରିଥାନ୍ତି । ଏବଂ ଏମାନେ ସବୁବେଳେ ଠିକ ନିଷ୍ପତ୍ତି ନେଇଥାନ୍ତି ।

୩- ତୃତୀୟ ଦିନ ହେଉଛି ବୁଧବାର । ଏହାର ସ୍ୱାମୀ ଗ୍ରହ ହେଉଛି ବୁଧ । ଏମାନଙ୍କ ରାଶି ହେଉଛି ମିଥୁନ ଏବଂ କନ୍ୟା । ଏମାନଙ୍କ ର ସବୁଠାରୁ ଖାସ କଥା ହେଉଛି ଏମାନେ ନିଜ କଥାରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରନ୍ତି । ଏବଂ ନିଜ ମିଠା କଥାରେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରି ପାରନ୍ତି ।

୪- ଚତୁର୍ଥ ଦିନ ହେଉଛି ଗୁରୁବାର । ଏହାର ସ୍ୱାମୀ ଗ୍ରହ ହେଉଛି ବୃହସ୍ପତି । ଏବଂ ରାଶି ହେଉଛି ମୀନ ଏବଂ ଧନୁ । ଏମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରନ୍ତି । ଏବଂ ସବୁ କାର୍ଯ୍ୟ କରିବାରେ ସକ୍ଷମ ମଧ୍ୟ ଥାଆନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ଥାନ୍ତି ।

୫- ପଞ୍ଚମ ଦିନ ହେଉଛି ଶୁକ୍ରବାର ଏହାର ସ୍ୱାମୀ ଗ୍ରହ ହେଉଛି ଶୁକ୍ର । ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ସୁନ୍ଦର ଆକର୍ଷଣୀୟ ହୋଇ ଥାଆନ୍ତି । ଏବଂ ଏମାନଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ । ଏମାନେ ଶାନ୍ତ ସ୍ଵଭାଵ ର ଥାଆନ୍ତି ।

୬- ଷଷ୍ଠ ଦିନ ହେଉଛି ଶନିବାର । ଏହାର ସ୍ୱାମୀ ଗ୍ରହ ହେଉଛି ଶନି । ଏହାର ରାଶି ହେଉଛି ମକର ଏବଂ କୁମ୍ଭ । ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ସବୁବେଳେ ଭାବି ଚିନ୍ତି ଏବଂ ଏକ ନିୟମ କରି ନିଜ କାର୍ଯ୍ୟ କରିଥାନ୍ତି । ଏବଂ ଆପଣ ଜଣେ ବହୁତ ଭଲ ଜୀଵନ ସାଥୀ ମଧ୍ୟ ।

୭- ସପ୍ତାହ ର ସପ୍ତମ ଏବଂ ଶେଷ ଦିନ ହେଉଛି ରବିବାର । ଏହାର ସ୍ୱାମୀ ଗ୍ରହ ହେଉଛି ସୂର୍ଯ୍ୟ । ଏହି ଦିନ ଜନ୍ମ ନେଇ ଥିବା ବ୍ୟକ୍ତି ବୁଦ୍ଧିମାନ ଏବଂ ନିଡର ଥାଆନ୍ତି । ଏବଂ ସକରାତ୍ମକ ସ୍ଵଭାଵ ର ହୋଇ ଥାଆନ୍ତି । ଏବଂ ସର୍ଵଦା ଖୁସିରେ ରୁହନ୍ତି । ଏମାନ ଙ୍କୁ ବୁଲିବା ବହୁତ ପସନ୍ଦ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button