ବ୍ୟବସାୟ

ସେପ୍ଟେମ୍ବରରେ ୧.୬୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ – Utkal Mail


ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି । ଗତ ସେପ୍ଟେମ୍ବର ମାସରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୩ ହଜାର କୋଟି ଟପିଯାଇଛି । ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ମାସିକ ଜିଏସଟି ଆଦାୟ ୧ ଲକ୍ଷ ୬୦ କୋଟି ଉପରେ ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର ମାସର ଜିଏସଟି ଆଦାୟ ଅଗଷ୍ଟ ତୁଳନାରେ ୨.୩ ପ୍ରତିଶତ ଓ ୨୦୨୨ ସେପ୍ଟେମ୍ବର ତୁଳନାରେ ୧୦ ପ୍ରତିଶତ ଅଧିକ । ସେପ୍ଟେମ୍ବର ମାସରେ ଓଡ଼ିଶାରେ ଜିଏସଟି ଆଦାୟ ୧୩ ପ୍ରତିଶତ ବୃଦ୍ଧି ପାଇ ୪୨୪୯ କୋଟି ଟଙ୍କାରେ ପହଞ୍ଚିଛି । ସେପ୍ଟେମ୍ବର ୨୦୨୨ରେ ଓଡ଼ିଶାରେ ୩୭୬୫ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ।

ସେପ୍ଟେମ୍ବର ମାସରେ ଆଦାୟ ହୋଇଥିବା ୧.୬୩ ଲକ୍ଷ କୋଟିର ଜିଏସଟି ରାଜସ୍ବ ମଧ୍ୟରୁ ୨୯,୮୧୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ୩୭,୬୫୭ କୋଟି ଟଙ୍କାର ରାଜ୍ୟ ଜିଏସଟି, ୮୩,୬୨୩ କୋଟି ଟଙ୍କାର ସମନ୍ବିତ ଜିଏସଟି (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୧,୧୪୫ କୋଟି ଟଙ୍କାକୁ ମିଶାଇ) ଅନ୍ତର୍ଭୁକ୍ତ। ଏହାବ୍ୟତୀତ ସେସ୍ ୧୧,୬୧୩ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ବାବଦରେ ଆଦାୟ ହୋଇଥିବା ୮୮୧ କୋଟି ଟଙ୍କା କୁ ମିଶାଇ) ଥିଲା ବୋଲି ଅର୍ଥମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button