କ୍ରାଇମ

ଦୁର୍ବୃତ୍ତଙ୍କ କବଳରୁ ନିଜ ‘ଆଇଫୋନ୍‌’କୁ ବଞ୍ଚାଉଥିବା ବେଳେ ଅଟୋରୁ ପଡ଼ି ଗୁରତର ହେଲେ ଶିକ୍ଷୟିତ୍ରୀ – Utkal Mail


ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସାକେତ୍‌ରେ ବାଇକ୍‌ଆରୋହୀ ଦୁର୍ବୃତ୍ତଙ୍କ କବଳରୁ ‘ଆଇଫୋନ୍‌’ ବଞ୍ଚାଉଥିବା ବେଳେ ଅଟୋରିକ୍ସାରୁ ପଡ଼ିଯାଇ କିଛି ବାଟ ଘୋଷାରି ହୋଇଯାଇଥିବା ଜଣେ ଶିକ୍ଷୟିତ୍ରୀ ସାଙ୍ଘାତିକ ଆହତ ହୋଇଥିବା କଥା ପୁଲିସ କହିଛି।

ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ବାସକରୁଥିବା ଆହତ ଶିକ୍ଷୟିତ୍ରୀ ଯୋବିକା ଚୌଧୁରୀ ସାକେତ ସ୍କୁଲ୍‌ରେ ଶିକ୍ଷକତା କରନ୍ତି। ଶୁକ୍ରବାର ଅପରାହ୍ଣ ୩.୧୫ରେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ବୋଲି ପୁଲିସ କହିଛି।

Image Courtesy of NDTV

ଥାନାରେ କରିଥିବା ଅଭିଯୋଗରେ ଚୌଧୁରୀ କହିଛନ୍ତି, ସାକେତର ‘ପିଭିଆର୍‌’ ସାମ୍ନାରେ ଗୋଟାଏ ଅଟୋରିକ୍ସାରେ ବସି ସେ ଖୋଖା ମାର୍କେଟ ଦେଇ ଯାଉଥିବା ବ‌େଳେ ଦୁଇଜଣ ବାଇକ୍‌ଆରୋହୀ ବ୍ୟକ୍ତି ପଛପଟୁ ଆସି ତାଙ୍କ ହାତରୁ ‘ଆଇଫୋନ୍‌ ୧୩’ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। କିନ୍ତୁ, ସେ ଫୋନ୍‌ଟିକୁ ଜାବୁଡ଼ି ଧରି ବାଧା ଦେବାକୁ ଚେଷ୍ଟା କଲେ। ଦୁର୍ବୃତ୍ତମାନେ ବି ଜୋର୍‌ରେ ଫୋନ୍‌ଟିକୁ ଟାଣିଲେ। ଫଳତଃ ସେ ଅଟୋରୁ ବାହାରକୁ ପଡ଼ିଯିବାରୁ ତାଙ୍କ ନାକ ହାଡ଼ ଭାଙ୍ଗିଯାଇଛି ଓ ଦେହ‌ର ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଛି।

କିନ୍ତୁ, ଦୁର୍ବୃତ୍ତମାନେ ତାଙ୍କ ହାତରୁ ଫୋନ୍‌ଟି ନେଇ ଦ୍ରୁତ ବେଗରେ ବାଇକ୍‌ ଚଳାଇ ଖସି ପଳାଇଯାଇଛନ୍ତି। ହେଲ୍‌ମେଟ୍‌ ପିନ୍ଧି ନ ଥିବା ସେ ଦୁର୍ବୃତ୍ତମାନଙ୍କର ବୟସ ୨୦ ବର୍ଷରୁ ଅଧିକ ହେବ ବୋଲି ସେ କହିଛନ୍ତି।

ଚିକିତ୍ସା ନିମନ୍ତେ ଆହତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।




Related Articles

Leave a Reply

Your email address will not be published. Required fields are marked *

Back to top button