ଓଡିଶା

ଚାକିରୀରୁ ନିଲମ୍ବିତ ମୋ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର

ଭୁବନେଶ୍ୱର: ଚାକିରୀରୁ ନିଲମ୍ବିତ ମୋ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର। ମୋ ବସ୍ ଚଳାଚଳ ସୁରକ୍ଷା ନିୟମଗୁଡିକର କଡ଼ାକଡ଼ି ଯାଞ୍ଚ ହୋଇଛି। ଗୁରୁତର ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ ରଖି, କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏକ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଡ୍ୟୁଟି ସମୟରେ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛି।

କ୍ରୁଟ୍‌ର କାର୍ଯ୍ୟନିର୍ବାହୀ ଦଳ ଦ୍ୱାରା ହଠାତ୍ ମଦ୍ୟପାନ ଯାଞ୍ଚ ବେଳେ ଏହା ଚିହ୍ନଟ ହୋଇଥିଲା। ଏହି ଘଟଣାରେ ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟର ଡ୍ୟୁଟି ସମୟରେ ମଦ୍ୟପାନ କରିଥିବା ଜଣାପଡ଼ିଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ଏହି ମାମଲା ସହିତ ଅନ୍ୟ ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ଡ଼୍ୟୁଟି ସମୟରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରିଦିଆଯାଇଛି। ଏଭଳି ଆଚରଣ ଉଲ୍ଲଂଘନ ଦ୍ୱାରା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାବେଳେ କ୍ରୁଟ୍ ଅଧିକାରୀ ଏଭଳି ତୁରନ୍ତ ନିଷ୍ପତ୍ତି ନେଇଛନ୍ତି।

କ୍ରୁଟ୍ ଅଧିକାରୀ କହିଛନ୍ତି ଯେ, କୈାଣସି ଡ୍ରାଇଭର ଯଦି ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ଜଣାପଡ଼େ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। କେବଳ ମୋ ବସ୍ ନୁହେଁ ଚାକିରୀରୁ ବାହାରି ଅନ୍ୟ କୈାଣସି ସ୍ଥାନରେ ଗାଡ଼ି ଚାଳନା କରାଯିବାକୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ନାହିଁ।

ଏହିପରି ଘଟଣା ପୁନରାବର୍ତ୍ତି ନହେବା ପାଇଁ ଏପରି କଠୋର ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଏନେଇ ମୋ ବସ୍ କର୍ମଚାରୀଙ୍କ ନିୟମିତ ମଦ୍ୟପାନ ପରୀକ୍ଷଣ, ସ୍ୱତନ୍ତ୍ର ଡ୍ରାଇଭର ତାଲିମ ପ୍ରୋଗ୍ରାମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ତାଲିମ ସହିତ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ମନିଟରିଂ କରାଯିବାର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାହେବ।

Related Articles

Leave a Reply

Your email address will not be published. Required fields are marked *

Back to top button