ଓଡିଶା

ପ୍ରେମ ପାଇଁ ନଦୀକୁ ଡେଇଁଲେ ଯୁବକ, ହ୍ବାଟସ୍ ଆପ୍ ଚାର୍ଟରୁ ମିଳିଲା ଦୁଃଖଭରା ବାର୍ତ୍ତା

ସାଲେପୁର : ବିରହ ବେଦନା ସହିନପାରି ଜୀବନ ହାରିବାକୁ ନଦୀକୁ ଡେଇଁଲେ ଯୁବକ । ଚିତ୍ରୋତ୍ପଳା ନଦୀକୁ ଡେଇଁ ଯୁବକ ଜଣଙ୍କ ନିଖୋଜ ଥିବା ଜଣାପଡିଛି । ସାଲେପୁରରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଗତକାଲି ସକାଳେ କିଶନନଗର ଥାନା ମହମ୍ମଦପୁର ଗାଁର ୩୪ ବର୍ଷୀୟ ଯୁବକ ନୀଳମଣି ପାତ୍ର ନରେନ୍ଦ୍ରପୁର ପୋଲ ଉପରୁ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିଲେ ।

ପୋଲ ଉପରେ ତାଙ୍କ ଚପଲ ଅଛି। ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନଦୀରେ ନୀଳମଣିଙ୍କୁ ଦୀର୍ଘ ୧୪ ଘଣ୍ଟା ହେଲାଣି ଖୋଜୁଛନ୍ତି। କିନ୍ତୁ ଏଯାବତ ତାଙ୍କ ପତ୍ତା ମିଳୁନି। ଅନ୍ୟ ପଟେ ତାଙ୍କ ପରିବାର ହ୍ୱାଟସ୍ ଆପ୍ ଗ୍ରୁପରୁ ନୀଳମଣିଙ୍କ ଦୁଃଖଭରା ବାର୍ତ୍ତା ମିଳିଛି। ନଦୀକୁ ଡେଇଁବା ପୂର୍ବରୁ ମାଆଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଥିଲେ। ପ୍ରେମ କାରଣରୁ ନୀଳମଣି ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟପଟେ କଟକ କାଠଯୋଡ଼ି ନଦୀକୁ ୪ ଦିନରେ ୩ ଜଣ ଡେଇଁ ନିଖୋଜ ଅଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ମଧ୍ୟ କାହାରି ପତ୍ତା ମିଳିପାରିନାହିଁ । ଗତକାଲି ରାତିରେ କାଠଯୋଡି କୁ ଡେଇଁ ପଡିଥିବା ଯୁବକଙ୍କର ଏପର୍ଯ୍ୟନ୍ତ ମିଳିନି କୌଣସି ସନ୍ଧାନ। ଗତକାଲି ରାତିରେ ମାଆଙ୍କ ସହ ଅଟୋରେ ଯିବା ବେଳେ ହଠାତ ଗାଡ଼ିରୁ ଓହ୍ଲାଇ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ କଟକ ଖାନ ନଗର ଅଞ୍ଚଳର ମନୋରଞ୍ଜନ ବେହେରା। ରାତି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କରିଥିଲା ସର୍ଚ୍ଚ ଅପରେସନ। ଆଜି ପୁଣି ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ପୂର୍ବରୁ ମଙ୍ଗଳବାର ରାତିରେ ନେତାନୀ ସେତୁରୁ ଡେଇଁ ପଡ଼ିଥିବା ଓଡ଼ିଆ ବଜାର ଅଞ୍ଚଳର ତପନ ସାହୁଙ୍କ ପତ୍ନୀ ମମତା ସାହୁଙ୍କର ଏଯାଏ ପତ୍ତା ମିଳିପାରିନାହିଁ । ସେହିପରି ଭୁବନେଶ୍ବରର ବ୍ୟବସାୟୀ ତୁଷାର ଭଟ୍ଟ ବୁଧବାର ନେତାଜୀ ସେତୁ ନିକଟରେ ନିଖୋଜ ହୋଇଯାଇଥିଲେ । ଏଯାଏ ତାଙ୍କର ମଧ୍ୟ କୌଣସି ସନ୍ଧାନ ମିଳିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button