ବିଚାର

ସ୍ୱତନ୍ତ୍ର ରୀତିନୀତିରେ ପୁରାତନ ଗଣେଶ ମନ୍ଦିରରେ ହେଲା ପୂଜାର୍ଚ୍ଚନା

ଆଜି ହେଉଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ସେଥିପାଇଁ ଚାରିଆଡେ ଚାଲିଛି  ପୂଜାର୍ଚ୍ଚନା । ଓଡିଆ ପରମ୍ପରାରେ ଗଣେଶ ପୂଜା ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ଅନ୍ୟ ଦେବାଦେବୀଙ୍କ ପୂଜା ହୋଇଥାଏ । ସେଥିପାଇଁ ତ ଗଣେଶଙ୍କୁ ଅଗ୍ରପୂଜ୍ୟ ବୋଲି ଶାସ୍ତ୍ରରେ କୁହାଯାଇଛି । ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ । ସତ୍ ମନରେ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରିବା ଦ୍ବାରା ଜୀବନର ସବୁ ବିଘ୍ନ ଦୂର ହୋଇଯାଇଥାଏ । ଆମ ଦେଶରେ ଗଣେଶଙ୍କର ବହୁତ ମନ୍ଦିର ରହିଛି, କିନ୍ତୁ ଓଡ଼ିଶାରେ ଥିବା ଏହି ମନ୍ଦିର ଖୁବ୍ ସ୍ବତନ୍ତ୍ର ।

ଗଣେଶ ପୂଜା ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲା ଉଦଳା ବଜାରସ୍ଥିତ ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପଠାରେ ଥିବା ଏକ ମାତ୍ର ପୁରାତନ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା ହୋଇଯାଇଛି । ପ୍ରତେକ ଦିନ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୋଇଥାଏ । କିନ୍ତୁ ଆଜି ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା । ଗଣେଷ ପୂଜା ପାଇଁ ଅନେକ ବ୍ରତଧାରୀ ଶ୍ରଦ୍ଧାଳୁମାନଙ୍କର ମନ୍ଦିରରେ ଭିଡ଼ ଲାଗି ରହିଥିବା ବେଳେ ନୂତନ ବିଦ୍ୟାର୍ଥୀମାନଙ୍କର ଖଡ଼ି ଛୁଆଁ କରି ବିଦ୍ୟା ଆରମ୍ଭ ହୋଇଥିଲା । ମନରେ ଥିବା ବିଶ୍ୱାସ ସତେ ଯେମିତି ଶ୍ରଦ୍ଧାଳୁମାନଙ୍କୁ ଏଠାକୁ ଟାଣି ଆଣିଥିଲା ।

ଶାସ୍ତ୍ରୀୟ ମତରେ ଗଣେଶ ଏଭଳି ଜଣେ ଦେବତା ତାଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମର ଅନେକ ପୋଥି ପୁରାଣରେ ଉଲ୍ଲେଖ ରହିଛି । ଭାରତ ବର୍ଷରେ ଏବଂ ଓଡ଼ିଶାରେ ଅନେକ ଗଣେଶ ମନ୍ଦିର ରହିଛି କିନ୍ତୁ ଭଗବାନ ଗଣେଶଙ୍କ ଏହି ମନ୍ଦିର ଅନନ୍ୟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button