ଓଡିଶା

ସାମ୍ବାଦିକଙ୍କ ସମସ୍ୟାକୁ ନେଇ ଓୟୁଡବ୍ଲ୍ୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାମ୍ବାଦିକଙ୍କ ସମସ୍ୟାକୁ ନେଇ ଓୟୁଡବ୍ଲ୍ୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କଟକ, ୨୬/୮ ସାମ୍ବାଦିକଙ୍କୁ ଆକ୍ରମଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟଜେ) ପକ୍ଷରୁ ସଂଘର ସର୍ବଭାରତୀୟ ସଭାପତି ଡଃ ପୀତବାସ ମିଶ୍ରଙ୍କ ଆହ୍ୱାନରେ ସମଗ୍ର ଭାରତ ବର୍ଷରେ ଏହାର ପ୍ରତିବାଦ କରାଯାଉଛି । ଏହି ଅବସରରେ କଟକ ଜିଲ୍ଲା ସଭାପତି ବିଜୟ କୁମାର ବାରିଙ୍କ ନେତୃତ୍ୱରେ ଗଣେଶ ଘାଟସ୍ଥିତ ସିଏମସି ପେଟ୍ରୋଲ ପମ୍ପଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକମାନଙ୍କୁ ସୁରକ୍ଷା, ନିରାପା ଓ ଭା ଆଦି ଯୋଗାଇ ଦିଆଯିବା ନେଇ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି କୁମାରେନ୍ଦୁ ମହାନ୍ତି, ଏମ ଡି ଜାଭେଦ ଅହମଦ, କୁନାଲ ମିଶ୍ର, ଗାୟତ୍ରୀ ମଲ୍ଳ, ମିରଜା ରିଜୁଆନ ବେଗ, ଭାରତ ଚନ୍ଦ୍ର ଦାସ, ଦେବୀ ପ୍ରସାଦ ନନ୍ଦ, ସୁମିତ୍ରା ନନ୍ଦ, ସୁପ୍ରିୟା ଶତପଥୀ, ଶାନ୍ତିଲତା ମହାନ୍ତି, ଅକ୍ଷୟ ବେହେରା ଏବଂ ବ୍ଲକ ସଭାପତି ଅର୍ଜୁନ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button