ଓଡିଶା

ରଥଯାତ୍ରା ପାଇଁ ରାଜ୍ୟସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ଗଠନ

ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜ୍ୟସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ଗଠନ । ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସାମଗ୍ରିକ ପର୍ଯ୍ୟବେକ୍ଷଣ ଓ ବ୍ୟବସ୍ଥା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। କମିଟିରେ ଅଧ୍ୟକ୍ଷା ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରହିଛନ୍ତି। ଏହା ସହ ସଦସ୍ୟ ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ରହିଛନ୍ତି। କମିଟିର କନଭେରର ଭାବେ ଆଇନ ବିଭାଗ ପ୍ରମୁଖ ସଚିବ ରହିଛନ୍ତି । ବେଙ୍ଗାଳୁରୁ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି କମିଟି ସୁରୁଖୁରୁରେ ରଥଯାତ୍ରା ପରିଚାଳନା ପାଇଁ ସମସ୍ତ ପଦକ୍ଷେପ ନେବ। ଏହା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସୁବିଧା ଆଦି କ୍ଷେତ୍ରରେ ଉନ୍ନତ ବ୍ୟବସ୍ଥା ସୁନିଶ୍ଚିତ କରିବାରେ କମିଟି ସହାୟକ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button