ଓଡିଶା

ଜୟଦେବ ଭବନରେ ଆରମ୍ଭ ହୋଇଛି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର : ଜୟଦେବ ଭବନରେ ଆରମ୍ଭ ହୋଇଛି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ।  ମୋଟ 20 ଟି ଫିଲ୍ମ ଭିତରେ 9( ନଅ )ଟି ଓଡ଼ିଆ କାଳଜୟୀ ସିନେମା ପ୍ରଦର୍ଶିତ ହେବ ।  ଆସନ୍ତା ରବିବାର ଦିନ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଧେଶିତ ଡ଼ ଇତି ସାମନ୍ତଙ୍କ ପ୍ରଯୋଜିତ ସିନେମା କ୍ରାନ୍ତିଧାରା ପ୍ରଦର୍ଶିତ ହେବ ।  ଉଦଘାଟିନୀ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ଅଭିନେତା ନିର୍ଦ୍ଧେଶକ ପ୍ରଶାନ୍ତ ନନ୍ଦ, ଅନନ୍ତ ମହାପାତ୍ର, ସବ୍ୟ ସାଚୀ ମହାପାତ୍ର ସୁବାଷ ସାହୁ ।  ଏହା ପରେ ଓଡ଼ିଆ ସିନେମାରେ ବହୁବର୍ଷ ଧରି କାର୍ଯ୍ୟ କରିଥିବା କଣ୍ଠ ଶିଳ୍ପୀ ତାନସେନ ସିଂ, ଅଭିନେତ୍ରୀ ଜୟା ଗୋସ୍ବାମୀ, ଅଭିନେତା ଶ୍ୟାମଳେନ୍ଦୁ,ବେଶ ପୋଷାକ ପାଇଁ ନିର୍ମଳ ଦାସ,ଏବଂ କଳା ନିର୍ଦ୍ଧେଶକ ବାଞ୍ଛାନିଧି ପଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା  ।  ଏହି ଫେଷ୍ଟିଭାଲ ଚାରିଦିନ ଚାଲିବ ବୋଲି ଜଣା ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button