ଓଡିଶା
ସୈନିକ ସଂଘର ବିକ୍ଷୋଭ

ଭୁବନେଶ୍ବର: ପୂର୍ବତନ ଓଡ଼ିଆ ସୈନିକ ତଥା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ପୁରୀ ରାଜଭବନରେ ଆକ୍ରମଣ, ନୟାଗଡ଼ରେ ସୈନିକ ଅନିରୁଦ୍ଧ ନାୟକକୁ ହତ୍ୟା ମାମଲା ଓ ଛତ୍ରପୁରର ସୈନିକ ଡି. ଜିଲେଶ୍ୱର ରାଓକୁ ପିଟି ପିଟି ହତ୍ୟା ଘଟଣାର ତଦନ୍ତ ଦାବିରେ ଅଲ୍ ଓଡ଼ିଶା ଭେଟେରାନ ସୋଲଜର୍ସ ଆସୋସିଏସନ ପକ୍ଷରୁ ପୂର୍ବ ସୈନିକମାନେ ଗାନ୍ଧୀମାର୍ଗରେ ଧାରଣା ଦେବା ସହ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପୂର୍ବ ସୈନିକଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ପୂର୍ବ ସୈନିକ ମନ୍ତ୍ରଣାଳୟ ଖୋଲିବାକୁ ଦାବି କରିଛନ୍ତି।
ଏହି ଧାରଣାରେ ଅନେକ ଜିଲାସ୍ତରୀୟ ସୈନିକ ସଂଗଠନ ଯୋଗଦେଇଥିବା ବେଳେ ଏହାକୁ ଅଲ୍ ଓଡ଼ିଶା ଭେଟେରାନ ସୈନିକ୍ ସଂଘ ସଭାପତି ମହେଶ୍ବର ବେହେରା, ଉପଦେଷ୍ଟା ଭେଟେରାନ ଦିଲୀପ ମହାପାତ୍ର, ସମ୍ପାଦକ ଉମେଶ କୁମାର ଚଇନି, ରାଜ୍ୟ ସଂଯୋଜକ ରଞ୍ଜନ କର, ଭୁବେନେଶ୍ବର ସଂଯୋଜକ ଦିବାକର ବେହେରା, ଖୋର୍ଦ୍ଧା ଆସୋସିଏସନର ସମ୍ପାଦକ ରତ୍ନାକର ଗୁମାନସିଂ ପ୍ରମୁଖ ପରିଚାଳନା କରିଥିଲେ।