କ୍ରୀଡା

କଟକ ଜିଲ୍ଲା କ୍ରୀଡ଼ା ଭାରତୀ ପକ୍ଷରୁ ସ୍କୁଲ ସ୍ତରୀୟ ବଲ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତା

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ କଟକ ଜିଲ୍ଲା କ୍ରୀଡ଼ା ଭାରତୀ ଶାଖା ଆନୁକୂଲ୍ୟରେ କାଜି ବଜାର ସରକାରୀ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଦିବସୀୟ ସ୍କୁଲ ସ୍ତରୀୟ ବଲ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ ପୂର୍ବପ୍ରାନ୍ତଃ କ୍ରୀଡ଼ା ଭାରତୀ ସଭାପତି ତଥା ଅଲ ଓଡ଼ିଶା କ୍ରୀଡ଼ା ଭାରତୀ ଉପ ସଭାପତି ଡ଼ଃ ଅଶୋକ କୁମାର ନାୟକ, ଅତିଥି ଭାବେ କଟକ ଜିଲ୍ଲା କ୍ରୀଡା ଭାରତୀ ସଭାପତି ବନମାଳୀ ବିଶୋଇ, ଉପ ସଭାପତି ପ୍ରତାପ ସିଂ, ସମ୍ପାଦକ ତୁଷାର କାନ୍ତ ସିଂ, ଯୁଗ୍ମ ସମ୍ପାଦକ ସୁବିତ ବେହେରା, କୋଷାଧ୍ୟକ୍ଷ ଅଞ୍ଜଳି ଦାସ, କାଜିବଜାର ପୂଜା କମିଟି ସମ୍ପାଦକ ପ୍ରଦୀପ ସିହ୍ନ।, ପୁର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ, କଟକ ଜିଲ୍ଲା ବଲ ବ୍ୟାଡ଼ମିଣ୍ଟନ ସଙ୍ଘ ସମ୍ପାଦକ ଅଜୟ କୁମାର ସାହୁ,ପୁର୍ବତନ ଖେଳାଳି ସିଦ୍ଧାର୍ଥ ଦାସ ପ୍ରମ୍ମୁଖ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ୪ଟି ବାଳିକା ଏବଂ ୭ଟି ବାଳକ ଦଳ ଭାଗ ନେଇଥିଲେ।  ବାଳିକା ଓ ବାଳକ ଉଭୟ ବିଭାଗରେ ଭକ୍ତ ମଧୁ ବିଦ୍ୟାପୀଠ ଚମ୍ପିୟାନ ହୋଇ ଥିବା ଜଗତପୁର ସ୍କୁଲ ବାଳିକା ଓ ବିଡାନାସୀ ବାଳକ ଦଳ ରନର୍ସ ଅପ୍ ହୋଇଥିଲା। ଚମ୍ପିୟାନ ଏବଂ ରନର୍ସ ଅପ୍ ଦଳକୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button