କରୋନା

୪୩ ବର୍ଷ ମହିଳାକୁ ଦିଆ ଗଲା କରୋନା ଭ୍ୟାକ୍ସିନର ପ୍ରଥମ ଇଂଜେକସନ, ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ ରିସର୍ଚ

ଆମେରିକା ରେ କରୋନା ଭ୍ୟାକ୍ସିନେସ ପ୍ରଥମ ପ୍ରରିକ୍ଷଣ ହୋଇଛି, ୪୫ ଲୋକଙ୍କ ଉପରେ ୪୫ ଦିନ ପର୍ଯ୍ୟନ୍ତ ଚାଲିବ ରିସର୍ଚ, ସଫଳତାପୂର୍ଣ ସଂକ୍ରମଣ ଅଟକେଇବା ଚୁନୋତି । ଆମେରିକା ଅଧ୍ୟୟନକର୍ତା ସୋମବାର ଦିନ କରୋନା ଭାଇରସ ପ୍ରଥମ ଟୀକା ପ୍ରରିକ୍ଷଣ କରିଛନ୍ତି । ଆମେରିକା ର ସିୟାଟଲ ଜାଗାରେ ଗୋଟେ ମହିଳାକୁ ପ୍ରଥମ କରୋନା ଭାଇରସ ଭ୍ୟାକ୍ସିନ ଦିଆ ଯାଇଛି, ଏହି ଭ୍ୟାକ୍ସିନ ଦୁନିଆରେ ରେକର୍ଡ ଟାଇମ ରେ ବିକଶିତ କରା ଯାଇଛି ।

ଚୀନ ରେ ଏହି ରୋଗ ବାହାରିଲା ପରେ କେପିଡବ୍ଲ୍ୟୁ ରିସର୍ଚ ଇନଷ୍ଟିଟ୍ଯୁଟ ବୈଜ୍ଞାନିକମାନେ ଏହି ଭାଇରସ ଭ୍ୟାକ୍ସିନ ବାହାର କରିବା ପାଇଁ ଦିନ ରାତି ଗୋଟେ କରି ଦେଇଥିଲେ ।

ବର୍ତ୍ତମାନରେ ଏହି ରୋଗ ପୁରା ମାନବ ଜାତିର ଶତୃ ହୋଇ ରହିଛି ସେଥିପାଇଁ ଭାରତ ସହ ଅନ୍ୟ ସବୁ ଦେଶର ବୈଜ୍ଞାନିକ ଏହାର ଭ୍ୟାକ୍ସିନ ବାହାର କରିବାରେ ନିଜ ଜୀବନ ଲଗେଇ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜ ଏହି ସଫଳତା ପାଇଁ ନିଜ ଦେଶ ଡକ୍ଟରମାନଙ୍କ ପ୍ରଶଂସା କରିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଏହାର କ୍ଲିନିକାଲ ଟ୍ରାୟାଲ ମଧ୍ୟ ଆରମ୍ଭ ହୋଇଯାଇଛି ଓ ଏହା ଦୁନିୟାର ସବୁଠାରୁ ଜଲ୍ଦି ବିକଶିତ କରା ଯାଇଥିବା ଭ୍ୟାକ୍ସିନ ଅଟେ । ଏପର୍ଯ୍ୟନ୍ତ ପୁରା ଦୁନିଆରେ ୭୦୦୦ ଠାରୁ ଅଧିକ ଲୋକ ଏହାର ଶିକାର ହୋଇ ଯାଇଛନ୍ତି ।

ଚୀନରୁ ବାହାରିଥିବା ଏହି ରୋଗ ଦୁନିୟାର ୧୪୫ଟି ଦେଶ ରେ ବ୍ୟାପୀ ଗଲାଣି କିନ୍ତୁ ବୈଜ୍ଞାନିକମାନେ ଏହାର ଭ୍ୟାକ୍ସିନ ବାହାର କରି ପାରି ନାହାନ୍ତି । ଖବର ଅନୁଯାଇ କରୋନା ଭ୍ୟାକ୍ସିନ ଜେନିଫର ହେଲର ନାମକ ଜଣେ ମହିଳାକୁ ଦିଆ ଯାଇଥିଲା ଯିଏ ଟେକ କମ୍ପାନୀ ରେ ଅପରେସନ ମେନେଜର ଅଛନ୍ତି ।

୪୩ ବର୍ଷ ଜେନିଫର କହିଛନ୍ତି, ‘ଆମେ ସମସ୍ତେ ବହୁତ ଅସହାୟ ମନେ କରୁଥିଲୁ, କିଛି କରିବା ପାଇଁ ଏହା ବହୁତ ବଡ ସମୟ ଅଟେ, ଇଂଜେକସନ ନେଲା ପରେ ଦୁଇ ଛୁଆଙ୍କ ମା ଜେନିଫର ହସିଲେ ଓ କହିଲେ ମୁଁ ବହୁତ ଭଲ ଅନୁଭବ କରୁଛି । ’ଏହି ମହିଳା ଛଡା ଆଉ ୩ଟି ଲୋକ ମଧ୍ୟ ଭ୍ୟାକ୍ସିନେସନ ନେଇଛନ୍ତି, ଏବେ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନେସନ ପ୍ରଭାବ ଉପରେ ଅଧ୍ୟୟନ କରୁଛନ୍ତି, ଏବେ ବୈଜ୍ଞାନିକମାନେ ଏହା ଜାଣିବା ପାଇଁ ଉତ୍ସୁକ ଅଛନ୍ତି ଯେ ବ୍ୟାକ୍ସିନେସନ ସୁରକ୍ଷିତ ଅଟେ ଏବଂ ସଫଳତାପୂର୍ଣ ଭାବରେ କରୋନା ସଂକ୍ରମଣକୁ ଅଟକେଇ ପାରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button