ଓଡିଶା

ଡୀପ ଡିପ୍ରେସନର ରୂପ ନେବାକୁ ଯାଉଛି ଲଘୁଚାପ, ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

ବଂଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଲା ନେଇଛି। ପଶ୍ଚିମ କେନ୍ଦ୍ରୀୟ ବଂଗୋପ ସାଗରରେ ଆଜି ସକାଳ 5.30 ରେ ଏହି ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ବିଶାଖାପାଟଣା ଠାରୁ 430 କି ମି ଦକ୍ଷିଣ ଓ ଦକ୍ଷିଣ-ପୁର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଡୀପ ଡୀପ୍ରେସନ ବା ଗଭୀର ଅବପାତ ର ରୂପ ନେଇପାରେ ।

ଆସନ୍ତା କାଲି ରାତିରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ନରେଶ ପୁର ଓ ବିଶାଖା ପାଟଣା ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୁଚା ଦେଇଛି । ଆଜିଠୁ ରାଜ୍ୟରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିବ । ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି କି ଏହାର ପ୍ରଭାବରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଖାସ କରି ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ।

ଦକ୍ଷିଣ ଉପକୂଳ ଓ ଆଭ୍ଯନ୍ତରୀଣ ଓଡିଶାରେ ଏହି ଲଘୁଚାପ ପ୍ରଭାବରେ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି 11 ଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଜଗତସିଂହ ପୁର, ଗଜପତି, ମାଲକାନଗିରି, ରାୟଗଡା, ଗଞ୍ଜାମ, କୋରାପୁଟ, ପୁରୀ, ଝାରସୁଗୁଡା, ବରଗଡ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଗଞ୍ଜାମ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେକ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଅଛି ।

ଏହି ଲଘୁଚାପ ପରେ ପୁଣି ଏକ ଲଘୁଚାପ ଆସନ୍ତା ୧୪ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ସୂଚନା ଅନୁସାରେ ଖାସ କରି ଉପକୂଳ ଓଡିଆଶାରେ ଆସନ୍ତା ୧୩ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button