ରାଜନୀତି

କରୋନା ସଙ୍କଟ ସହ ଲଢିବା ପାଇଁ ପିଏମ ମୋଦୀଙ୍କ ଅପିଲ, ‘ରବିବାର ଦିନ ଘରେ ଜଳାନ୍ତୁ ଦୀପ ’

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକଡାଉନ ସମୟରେ ଦେଶରେ ଗୋଟେ ଭିଡିଓ ଦ୍ଵାରା ସନ୍ଦେଶ ଲୋକଙ୍କୁ ଦେଇଛନ୍ତି, ଏହି ସନ୍ଦେଶ ମାଧ୍ୟମ ରେ ସେ ଶକ୍ତି ପାଇଁ ଧନ୍ୟବାଦ ଏବଂ ସାମାଜିକ ଦୂରତା ରଖିବା ପାଇଁ ନିବେଦନ କରିଛନ୍ତି, ଏହି ସନ୍ଦେଶ ରେ ପିଏମ ମୋଦୀ ସମସ୍ତଙ୍କୁ ୫ ଏପ୍ରିଲ ରବିବାର ରାତି ୯ଟା ରେ ନିଜ ନିଜ ଘର ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ ବା ମୋବାଇଲ ଲାଇଟ ୧୦ ମିନିଟ ପାଇଁ ଲଗେଇବା ପାଇଁ କହିଛନ୍ତି ।

ଏହା ଛଡା ପ୍ରଧାନ ମନ୍ତ୍ରୀ ଏହା କହିଛନ୍ତି ଯେ ଆମ ସମସ୍ତଙ୍କୁ ମିଶି ଏହି କରୋନା ଅନ୍ଧକାର ସଙ୍କଟ ଠାରୁ ଲଢିବାକୁ ହବ, କରୋନା କୁ ଏକତାର ପ୍ରକାଶ ପରିଚୟ ଦବାକୁ ହବ ।

ଏହି ୫ ଏପ୍ରିଲ ଦିନ ୧୩୦ କୋଟି ଦେଶ ବାସୀଙ୍କୁ ଦେଶର ମହାଶକ୍ତି ହୋଇ ଜାଗରଣ କରିବା ଉଚିତ । ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି ଯେତେବେଳେ ସମସ୍ତେ ନିଜ ଘରେ ଲାଇଟ ବନ୍ଦ କରି ଗୋଟେ ଗୋଟେ ଦୀପ ଲଗେଇବେ ତେବେ ମଧ୍ୟ ଏହି ମହାଶକ୍ତିର ଅନୁଭବ ହବ, ଯାହାର ଏକମାତ୍ର ଉଦେଶ୍ୟ ହବ ଆମେ ସମସ୍ତେ ଲଢୁଛୁ । ପ୍ରଧାନ ମନ୍ତ୍ରୀ ଏହାକୁ ଗୋଟେ ବଳ ଓ ଉତ୍ସାହ କୁ ଗୋଟେ ଶ୍ଳୋକ ଦ୍ଵାରା ବଳ ଅନୁଭବ କରେଇଛନ୍ତି, ଉତ୍ସାହ ବଲୱାନ୍ ଆର୍ଯ, ନ ଅସ୍ତି ଉତ୍ସାହ ପରମ୍ ବଲମ୍ । ସ ଉତ୍ସାହସ୍ଯ ଲୋକେଷୁ, ନ କିଂଚିତ୍ ଅପି ଦୁର୍ଲଭମ୍॥

ଘରୁ ବାହାରନ୍ତୁ ନାହିଁ, କେଉଁ ଜାଗାରେ ଏକାଠି ହୁଅନ୍ତୁ ନାହିଁ :

ଜନତା କର୍ଫୁ ସମୟରେ ପିଏମ ମୋଦୀ ସମସ୍ତ ଲୋକଙ୍କୁ ବା ଦେଶବାସୀଙ୍କୁ ଏହା ଅନୁରୋଧ କରିଥିଲେ ଯେ ଘରୁ ବାହାରକୁ ଯାଆନ୍ତୁ ନାହିଁ, ଘର ବାଲକୋନୀ ରେ ଠିଆ ହୋଇ ଉତ୍ସାହ ବଢାନ୍ତୁ ଯାହା କରୋନା ଠାରୁ ଲଢିବା ପାଇଁ ଅଧିକାରୀମାନଙ୍କ ଉତ୍ସାହ ପ୍ରଦାନ କରିବ । ପ୍ରଧାନ ମନ୍ତ୍ରୀ ସମସ୍ତଙ୍କୁ ସାମାଜିକ ଦୂରତା ରଖିବା ପାଇଁ କହିଛନ୍ତି ଯାହା ଫଳରେ ଲୋକ ବଞ୍ଚିକି ରହିବେ ।

ସେଥିପାଇଁ ନିଜ ମନରେ ଏକ ଆଧ୍ୟାତ୍ମିକ ଭାବନାକୁ ଜାଗରଣ କରାଇ ଶକ୍ତିଙ୍କର ଅରଧାନ କରିବାକୁ ପ୍ରଧାନ ମନ୍ତ୍ରୀ କହି ଛନ୍ତି, ଏହି ଦୀପ ଜଳାଇବା ଦ୍ଵାରା ସମସ୍ତ ନକରାତ୍ମକତା ଶେଷ ହୋଇ ଏହି ଅନ୍ଧାକାରରୁ ମୁକ୍ତି ମିଳିବ । ତେବେ ସେ ଏହା କେବଳ ନିଜ ଘରେ ରହି କରିବାକୁ କହିଛନ୍ତି କେଉଁଠି ଏକତ୍ର ହୋଇ ନୁହେଁ । ଦୁରତ୍ଵ ବଜାୟ ରଖନ୍ତୁ ସୁସ୍ଥ ରୁହନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button