ସ୍ୱାସ୍ଥ୍ୟ

ଗୋଲମରିଚ ଖାଇଲେ ହୋଇଥାଏ ଏହି ସବୁ ଫାଇଦା, ନିଶ୍ଚୟ ଜାଣନ୍ତୁ

ଗୋଲମରିଚ ପ୍ରୟୋଗ ପ୍ରାୟତଃ ମସଲା ଗୁଡିକରେ ହୋଇଥାଏ କିନ୍ତୁ ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରକାରରେ ଲାଭକାରୀ ହୋଇଥାଏ । ଏହାକୁ କେବଳ ଆୟୁର୍ବେଦିକ ଔଷଧ ଭଳି ନୁହଁ ତେବେ ସୁନ୍ଦର ହବା ପାଇଁ ମଧ୍ୟ ଏହାର ବ୍ୟବହାର କରା ଯାଇଥାଏ । ଗୋଲମରିଚ ଏମିତି ଏକ ମସଲା ଯାହା ସ୍ଵାଦ ପାଇଁ କମ କିନ୍ତୁ ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ଅଧିକ ଉପଯୋଗ କରା ଯାଇଥାଏ, ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ବିଷୟରେ ଜାଣିବା ଏବଂ ଏହାର ବ୍ୟବହାର କେମିତି ହବ ଜାଣିବା ।

ଥଣ୍ଡା କାସ :

ଗୋଲ ମରିଚ ଏତେ ଲାଭକାରୀ ହୋଇଥାଏ ଯେ ଥଣ୍ଡା କାସ ପାଇଁ ଶିରପରେ ମଧ୍ୟ ଗୋଲମରିଚ ଉପଯୋଗ କରା ଯାଇଥାଏ । ରାତିରେ ଶୋଇବା ଆଗରୁ ଗୋଟେ ଚାମଚ ମହୁ ଏବଂ ଅଦା ରସ ସହ ଗୋଟେ ଚାମଚ ଗୋଲମରିଚ ବ୍ୟବହାର କରନ୍ତୁ ଏହା ଦ୍ଵାରା କଫ କମିଥାଏ, ଚା ରେ ମଧ୍ୟ ଗୋଲମରିଚ ବ୍ୟବହାର କଲେ ଏହା ବହୁତ ଲାଭକାରୀ ହୋଇଥାଏ ।

କ୍ୟାନ୍ସର ଠାରୁ ସୁରକ୍ଷା :

ଗୋଟେ ଅଧ୍ୟୟନ ଅନୁଯାଇ ଏହା କୁହା ଯାଇଥିଲା ଯେ ଗୋଲମରିଚ ରେ ପିପେରିନ ନାମକ ଗୋଟେ ରାସାୟନିକ ତତ୍ଵ ହୋଇଥାଏ ଯାହା କ୍ୟାନ୍ସର ଠାରୁ ଲଢିବା ପାଇଁ ସାହାଜ୍ଯ କରିଥାଏ, ରିପୋର୍ଟ ଅନୁଯାଇ ଯଦି ଗୋଲମରିଚ କୁ ହଳଦୀ ସହ ମିଶେଇ ସେବନ କରା ଯାଏ, ତେବେ ଏହାର ପ୍ରଭାବ ଆହୁରି ଅଧିକ ହୋଇଥାଏ, ବିଶେଷ କରି ମହିଳାଙ୍କ ସ୍ତନ କ୍ୟାନ୍ସର ଅଟକେଇବା ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ ।

ଶରୀର ବିନ୍ଧା ବିନ୍ଧି :

ଗୋଲମିର୍ଚ ରେ ପିପେରିନ ଥାଏ ଯାହା ରକ୍ତସଂଚାର ଶରୀରରେ ବଢେଇଥାଏ, ଏହା ଦ୍ଵାରା ଶରୀରରେ ହୋଇଥିବା ବିନ୍ଧା ବିନ୍ଧି କମିଠାଏ । ବାହାର ଦରଜ ପାଇଁ ତେଲ ଗରମ କରି ପିଠି ଓ କାନ୍ଧ ମାଳିଶ କରନ୍ତୁ ଏହା ଦ୍ଵାରା ଶରୀର ସବୁ ପ୍ରକାର କଷ୍ଟ କମିଥାଏ ।

ପାଚନ ପାଇଁ :

ଗୋଲମରିଚ ଦ୍ଵାରା ପେଟରେ ହାଇଡ୍ରୋକ୍ଳୋରିକ ଏସିଡ ଅଧିକ ହୋଇଥାଏ ଯାହା ହଜମ କରିବା ରେ ସାହାଜ୍ଯ କରିଥାଏ, ଏହା ଦ୍ଵାରା ପେଟ ଦରଜ ଏବଂ ପେଟ ଖରାପ ଭଳି ସମସ୍ଯା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କୁ ଗ୍ଯାସ ବା ଏସିଡିଟି ସମସ୍ଯା ଅଛି ତେବେ ଶୁଖିଲା ଲଙ୍କା ଖାଇବା ଛାଡି ଦିଅନ୍ତୁ ଏହା ଛଡା ଆପଣ ଗୋଲମିର୍ଚ ବ୍ୟବହାର କରନ୍ତୁ ଏହା ସ୍ଵାଦ ଏବଂ ସ୍ୱାସ୍ଥ୍ୟ ସବୁ ଠିକ କରିଥାଏ ।

ସୁନ୍ଦର କରିବା :

ଗୋଲମରିଚ କୁ ଚିନୀ ଏବଂ ତେଲ ସହ ମିଶାଇ ଏହାକୁ ଚେହେରା ଉପରେ ଲଗାନ୍ତୁ, ଏହା ଦ୍ଵାରା ଚେହେରା ଉପରେ ଥିବା ଅସନା ବାହାରି ଯାଇଥାଏ, ତେବେ ଗୋଲମରିଚ ପାଇଁ ରକ୍ତସଂଚାର ମଧ୍ୟ ବଢି ଯାଇଥାଏ ଯାହା ଦ୍ଵାରା ଚେହେରା ଗ୍ଲୋ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button