ଓଡିଶା

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ – Utkal Mail



ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି ଏ ନେଇ  ସମସ୍ତ ସରକାରୀ ତଥା ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶକ କହିଛନ୍ତି ଯେ ଯୋଜନା ଏବଂ ସମନ୍ୱୟ ବିଭାଗର ଯୋଜନା ଅନ୍ତର୍ଗତ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀଗୃହର ବିକାଶ ପାଇଁ ସହାୟତା ପାଇଛନ୍ତି।  ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତି ହୋଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button