ଠାକୁରଙ୍କ କେଉଁ ଆଡକୁ କେତେଥର ଦିପ ବୁଲାଇବା ଉଚିତ୍? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଜୀବନକୁ ସରଳ ସରସ ଓ ସୁନ୍ଦର କରିବାରେ ସହାୟକ ହେବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଘରେ ଠାକୁର ପୂଜା କରିବା ସମୟରେ ଉତ୍ତର ବା ଐଶାନ୍ୟ କୋଣକୁ ମୁଖ କରି ପୂଜା କରିବା ଉଚିତ । ଏହା ମଙ୍ଗଳକାରି ହୋଇଥାଏ । ଠାକୁର ପୂଜା କରିବା ସମୟରେ କେବେ ବି ପିଠି ଠାକୁରଙ୍କ ଆଡକୁ ରଖିବା ଅନୁଚିତ ।
୨- ଠାକୁର ପୂଜା ସମୟରେ ତମ୍ବା ପାତ୍ରରେ ଚନ୍ଦନ ଘୋରି ରଖିବା ଉଚିତ ନୁହେଁ । ଠାକୁର ପୂଜା ସମୟରେ ଦୀପ ଜଳାଇବା ପୁବରୁ ଦୀପ ତଳେ ଚାଉଳ ରଖିବା ଉଚିତ ।
୩- ଠାକୁରଙ୍କ ପାଖରେ ଅଳଟି କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ୪ ଥର, ନାଭି ଆଡକୁ ୨ ଥର ଓ ମୁଖ ଆଡକୁ ଥରେ ବୁଲାଇବା ଉଚିତ ।
୪- ବୀନା ଆସନରେ କେବେ ବି ପୂଜା ପାଠ କରିବା ଉଚିତ ନୁହେଁ । ଠାକୁରଙ୍କ ସମୁଖରେ ଜଳା ଯାଇଥିବା ଦୀପ ଲିଭାଇବା ଉଚିତ ଏହା ଅଶୁଭ ହୋଇଥାଏ ।
୫- ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ, କୁଙ୍କୁମ, ହଳଦୀ ଇତ୍ୟାଦି ଅନାମିକା ଆଙ୍ଗୁଳି ଦ୍ଵାରା ଲାଗାଇବା ଉଚିତ । ଏହା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।
୬- ଠାକୁରଙ୍କୁ ନୈବେଦ୍ୟ ଲଗାଇବା ସମୟରେ କେବେ ବି ଲୁଣ, ଲଙ୍କା ଓ ତେଲର ବ୍ୟବହାର କରିବା ଅନୁଚିତ । ଦିନ ୧୨ଟା ରୁ ୪ଟା ଭିତରେ ଠାକୁର ପୂଜା କରିବା ଉଚିତ ନୁହେଁ । ରାତି ୧୨ଟା ରୁ ୩ଟା ଯାଏଁ ପୂଜା କରିବା ଅନୁଚିତ ।
୭- ଘରେ କେବେ ବି ଦୁଇଟି ଶିବଲିଙ୍ଗ, ୩ଟି ଗଣେଶ ମୂର୍ତ୍ତି, ୨ଟି ସୂର୍ଯ୍ୟ, ୨ଟି ଗୋମତୀ ଚକ୍ର ରଖିବା ଉଚିତ ନୁହେଁ । ମହାଦେବଙ୍କୁ, ଗଣେଶଙ୍କୁ ଓ ଭୈରବୀଙ୍କୁ ପୂଜା ସମୟରେ କେବେ ବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ ।
୮- ଅଗାଧୁଆ କେବେ ବି ତୁଳସୀ ପତ୍ର ତୋଳିବା ବା ଅଗାଧୁଆ ତୁଳସୀ ପତ୍ର ଦେବା କାର୍ଯ୍ୟରେ ଲାଗିବା ଉଚିତ ନୁହେଁ। ତୁଳସୀ ପାତ୍ର ୧୧ ଦିନ ଯାଏଁ ବାସୀ ହୋଇନ ଥାଏ ।
୯- ରବିବାର, ଏକାଦଶୀ, ଦ୍ଵାଦଶୀ, ସଙ୍କ୍ରାନ୍ତି ଓ ସନ୍ଧ୍ୟା ସମୟରେ ତୁଳସୀ ତୋଳିବା ଅନୁଚିତ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଶଙ୍ଖରେ ଜଳରେ କେବେବି ଅର୍ଘ୍ୟ ଦେବା ଅନୁଚିତ ।
୧୦- ପ୍ଲାଷ୍ଟିକ ବୋତଲ, ଲୁହା ଓ ରସ ପାତ୍ରରେ ଗଙ୍ଗାଜଳ ରଖିବା ଉଚିତ ନୁହେଁ । କେବଳ ତମ୍ବା ପାତ୍ରରେ ଗଙ୍ଗାଜଳ ରଖିବା ଉଚିତ । ମା ଲକ୍ଷ୍ମୀଙ୍କୁ ପାତ୍ର, ଫୁଲ ଅର୍ପଣ କରାଯାଇଥାଏ ।
୧୧- ପ୍ରତେକ ଦିନ ସକାଳ ଓ ସନ୍ଧ୍ୟାରେ ଦୁଇଟି ଲେଖାଏଁ ଦୀପ ଲାଗିବା ଉଚିତ । ଠାକୁରଙ୍କୁ ପ୍ରଣାମ କରିବା ସମୟରେ ଗୋଟିଏ ହାତରେ କରିବା ଅନୁଚିତ । ଦୁଇ ହାତ ଯୋଡି ଭଗବାନଙ୍କୁ ପ୍ରଣାମ କରିବା ଉଚିତ ।
୧୨- ପୂଜା କରିବା ସମୟରେ ଦୀପ ସର୍ବଦା ଠାକୁରଙ୍କ ଡାହାଣ ପଟରେ ରଖିବା ଉଚିତ ଏହା ଶୁଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।