ରାଜନୀତି

ଘର ନ ଥିବାରୁ ରାହୁଲଙ୍କ ନାଁରେ 4 ମହଲା କୋଠା ଲେଖିଦେଲେ ମହିଳା, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ରାହୁଲ ଗାନ୍ଧୀ ଙ୍କୁ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ମୁଖ୍ୟ କାରଣ ହେଉଛି ସେ ଲୋକସଭା ସାଂସଦ ସଭ୍ଯ ପଦ ରେ ରଦ୍ଦ ହେବା ପରେ ତାଙ୍କ ପାଖରେ ରହିବାକୁ ନିଜର ଘର ନାହି । ଏମିତି ବି କୁହା ଯାଇଥିଲା କି ସେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବା ମା ସୋନିଆ ଗାନ୍ଧୀ ଙ୍କ ପାଖରେ ରହି ପାରନ୍ତି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ।

କିନ୍ତୁ ଏଇ ଏବେ ଏବେ ରାହୁଲ ଗାନ୍ଧୀ ଙ୍କୁ ନେଇ ଆସିଛି ବଡ ଧମାକାଦାର ଖବର । ଯାହାକୁ ଜାଣିଲେ ଆପଣ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ରାହୁଲ ଗାନ୍ଧୀ ଙ୍କ ପାଇଁ ଘର ଖାଲି କରିଲେ ମହିଳା । ଘର ନ ଥିବାରୁ ରାହୁଲ ଙ୍କ ନାଁ ରେ ଲେଖି ଦେଲେ ଚାରି ମହଲା କୋଠା ।

ରାହୁଲ ଗାନ୍ଧୀ ଙ୍କ ଲୋକସଭା ସାଂସଦ ସଭ୍ଯ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସ ଭବନ ଛାଡିବା ପାଇଁ ନୋଟିସ ଆସିଛି । ରାହୁଲ ଗାନ୍ଧୀ ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ କଂଗ୍ରେସ ନେତା ଓ କାର୍ଯ୍ୟ ରତ ମହିଳା ମୋ ଘର ରାହୁଲ ଗାନ୍ଧୀ ଙ୍କ ଘର ନାମରେ କ୍ୟାମ୍ପିୟାନ ଚଲାଇଛନ୍ତି । ଏହାରି ମଧ୍ୟରେ ଜଣେ ମହିଳା ରାହୁଲ ଗାନ୍ଧୀ ଙ୍କ ନାଁ ରେ ତାଙ୍କର କୋଠା ଲେଖିଛନ୍ତି ।

ରାଜକୁମାରୀ ଗୁପ୍ତା ନାମକ ଜଣେ ମହିଳା ଜଣକ ମଙ୍ଗଳପୁରୀ ରେ ଥିବା ନିଜର 4 ମହଲା କୋଠା ରାହୁଲ ଗାନ୍ଧୀ ଙ୍କ ନାମରେ କରି ଦେଇଛନ୍ତି । ମୋଦୀ ସର ନେମ ବା ଉପ ନାମକୁ ନେଇ ରାହୁଲ ଗାନ୍ଧୀ ଯେତିକି ସମସ୍ଯା ଭିତରେ ଫସୁଛନ୍ତି ତାଙ୍କର ଲୋକପ୍ରିୟତା ମଧ୍ୟ ସେତିକି ବଢୁଛି । ଏହି ଘଟଣା ହେଉଛି ଏହାର ଏକ ଉଦାହରଣ ।

ରାହୁଲ ସରକାରୀ ବାସ ଭବନ ଛାଡିବା ପରେ ତାଙ୍କ ପାଖରେ ରହିବା ପାଇଁ ଘର ନ ଥିବା ବେଳେ ମହିଳା ଜଣକ ଏମିତି ପଦକ୍ଷେପ ନେଇଛନ୍ତି । ନିଜ ଘର କୁ ରାହୁଲ ଙ୍କ ନାମରେ ରେଜିଷ୍ଟ୍ରି କରି ସେହି କାଗଜପତ୍ର ଧରି କଂଗ୍ରେସ କାର୍ଜ୍ୟାଳୟ ରେ ପହଞ୍ଚି ଥିଲେ । ତେବେ ଏ ନେଇ ରାହୁଲ ଗାନ୍ଧୀ କେଉଁ ନିସ୍ପତି ନେବେ ଆଉ କେଉଁଠି ରହିବେ ତାହା ଏ ଯାଏଁ ଜଣା ପଡି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button