ଦେଶ ବିଦେଶ

ଭାରତର ବଡ ଧନୀ, କିନ୍ତୁ ପକେଟରେ ନ ଥାଏ ଟଙ୍କା କି ପାଖରେ ନ ଥାଏ କାର୍ଡ… Mukesh Ambaniଙ୍କ କଥା ଶୁଣି ଆପଣ ବିଶ୍ବାସ କରି ପାରିବେନି, ଦେଖନ୍ତୁ Video

ପୁଣି ଚର୍ଚ୍ଚା ରେ ମୁକେଶ ଅମ୍ବାନୀ । ପକେଟ ରେ ଟଙ୍କା ରଖିଛନ୍ତି କି କ୍ରେଡିଟ କାର୍ଡ ଧରନ୍ତିନି । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଏକ ସାକ୍ଷାତ୍କାର ଦେଉଛନ୍ତି ମୁକେଶ ଅମ୍ବାନୀ । ଆଉ ଏହି ସାକ୍ଷାତ୍କାର କୁ ନେଇ ବଢିଛି ଏବେ ଚର୍ଚ୍ଚା । ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କାରଣ ଏହି ଭିଡିଓ ରେ ମୁକେଶ ଅମ୍ବାନୀ କହିଛନ୍ତି ଯେ ମୁଁ ପିଲା ଦିନରୁ ମୋ ପକେଟ ରେ କେବେ ଟଙ୍କା ରଖେ ନାହି । ଖାଲି ଟଙ୍କା ନୁହେଁ ବରଂ କ୍ରେଡିଟ କାର୍ଡ ବି ରଖେ ନାହି । ଏ କଥା କହିବା ପରେ ସେ ନିଜେ ହସିବାକୁ ଲାଗିଛନ୍ତି ଯାହାର ଭିଡିଓ ଏବେ ସୋଇଆଲ ମିଡିଆରେ ଅଟେ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରି ବୁଲୁଛି ।

ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ର ଅଧକ୍ଷ୍ୟ ତଥା ଏସିୟା ର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ କେବଳ ଆମ ଦେଶରେ ନୁହେଁ ସମଗ୍ର ବିଶ୍ଵ ରେ ବେସ ପ୍ରସିଦ୍ଧ ଅଟନ୍ତି । ଖୁରୁନ ଗ୍ଲୋବାଲ ଋଚ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଚେୟାର ମ୍ୟାନ ତଥା MD ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏ କି ବିଶ୍ଵ ର ଶ୍ରେଷ୍ଠ 10 ଜଣଙ୍କ ମଧ୍ୟ ରୁ ଧନୀ ତାଲିକାରେ ସାମିଲ ହୋଇଛନ୍ତି ।

ତେଣୁ ତାଙ୍କର ପ୍ରତେକ କଥା ବା ସାକ୍ଷାତ୍କାର ଭାଇରାଲ ହେବା ସ୍ଵାଭାବିକ ଅଟେ । ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସାକ୍ଷାତ୍କାର ସମୟରେ ଯେବେ ମୁକେଶ ଅମ୍ବାନୀ ଙ୍କୁ ପ୍ରଶ୍ନ ପଚରା ଯାଇଥିଲା କି ଆପଣଙ୍କ ପାଇଁ ଅର୍ଥ ର ମୂଲ୍ୟ କଣ ? ସେ ଦେଇଥିବା ଉତ୍ତର ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବେ ।

ସେ ଦେଇଥିବା ଉତ୍ତର ଅତି ଭଦ୍ର ଓ ନମ୍ର ସହକାରେ କହିଥିଲେ ବ୍ୟକ୍ତିଗତ ଭାବେ ଖୁବ କମ ଲୋକ ଏ କଥା ଜାଣନ୍ତି କି ପିଲା ଦିନରୁ ବର୍ତ୍ତମାନ ଯାଏଁ ମୁଁ ପକେଟ ରେ ଟଙ୍କା ରଖେ ନାହି କି ମୋର କୌଣସି କ୍ରେଡିଟ କାର୍ଡ ବି ନାହି । ବିଲ ପଇଠ ପାଇଁ ତାଙ୍କ ସହ କେହି ନା କେହି ନିଶ୍ଚୟ ରହିଥାନ୍ତି ବୋଲି କହୁ ଥିବାର ଭାଇରାଲ ଭିଡିଓ ରେ ଶୁଣିବାକୁ ମିଳିଛି । ତେବେ ମୁକେଶ ଅମ୍ବାନୀ ଏତେ ଧନୀ ହେବା ପରେ ବି ପକେଟ ରେ ଟଙ୍କା କି କ୍ରେଡିଟ ନ ରଖୁଥିବା କଥା ସହଜରେ ବିଶ୍ଵାସ ନ ହେଉଥିଲେ ବି ପୁରା ସତ ।

Related Articles

Leave a Reply

Your email address will not be published. Required fields are marked *

Back to top button