ଓଡିଶା

ପ୍ରେମ ପ୍ରତାରଣା ପରେ ରାସ୍ତା କଡ଼ରେ କୁଆଁରୀ ମା, ଘରୁ ତଡିଦେଲା ସାବତ ଭାଇ

ଦେବଗଡ଼ : କଅଁଳ ବୟସରେ ପ୍ରେମ ଓ ପ୍ରତାରଣା ପରେ ନବଜାତ ଶିଶୁକୁ ଧରି ରାସ୍ତା କଡରେ ବସିଛି କୁଆଁରୀ ମା। ଏଭଳି ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ଅନ୍ତର୍ଗତ ଖପର ସାହିରେ। ସୂଚନା ଅନୁଯାୟୀ ନୀଳାବେର୍ଣ୍ଣି ସାହି ବାସିନ୍ଦା ଭଗବତୀ ହସ୍ତୀଙ୍କ ସାନ ଝିଅଙ୍କ ସହ ଆରସିଏମଏସ ସାହିର ବିକାଶ ମୁଖି ନାମକ ଜଣେ ଯୁବକର ପ୍ରେମ ସମ୍ପର୍କ ରହି ଆସିଥିଲା। ତେବେ ଏହି ପ୍ରେମ ଶାରୀରିକ ସମ୍ପର୍କରେ ପରିବର୍ତ୍ତନ ହୋଇ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ପରେ ନାବାଳିକା ଜଣକ ପ୍ରେମିକକୁ ବିବାହ ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରତାରକ ପ୍ରେମିକ ଧରାଛୁଆଁ ଦେଇ ନଥିଲା। ଫଳରେ ପୀଡିତା ଥାନାର ଦ୍ୱାରସ୍ତ ହେବା ପରେ ମାମଲା ଅଦାଲତରେ ପହଞ୍ଚିଥିଲା।

ଅନ୍ୟପକ୍ଷରେ ଗତ ଡିସେମ୍ବର ୧୫ ତାରିଖ ଦିନ ପୀଡିତା ନାବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବାପରେ ନିଜ ସାବତ ଭାଇ ମାନେ ଘରକୁ ପୁରେଇ ନ ଦେବାରୁ ବାଧ୍ୟ ହୋଇ ନାବାଳିକା ଜଣକ ନିଜ ନବଜାତ ଶିଶୁ ସହ ଏଣେ ତେଣେ ଆଶ୍ରୟ ନେଉଥିବା ବେଳେ ଏକ ଘରେ ରହୁଥିବା ଘର ମାଲିକ ମଧ୍ୟ ନିଜ ଘରୁ ତଡି ଦେବା ଫଳରେ ସାହିର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଥିବା ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ତେବେ ନାବାଳିକାର ଦୁଃଖ ଦେଖି ନାବାଳିକାର ମା’ ମଧ୍ୟ ଘର ଛାଡି ଆସି ପୀଡିତାଙ୍କ ସହ ରହୁଥିବା ଦେଖିବାକୁ ମିଳିଛି। ତେବେ ଏହି ପୀଡିତାକୁ ସହାୟତାର ହାତ ବଢ଼ାଇବା ପାଇଁ ପୀଡିତାଙ୍କ ମା ଅନୁରୋଧ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button