ରାଜନୀତି

ରୋଚକ ହେଉଛି ସ୍ଥିତି: କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ କଂଗ୍ରେସର ଦୁଇ ବରିଷ୍ଠ ନେତା ଶଶି ଥରୁର ଓ ଅଶୋକ ଗେହଲଟ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ କଂଗ୍ରେସର ଦୁଇ ବରିଷ୍ଠ ନେତା ଶଶି ଥରୁର ଓ ଅଶୋକ ଗେହଲଟ୍‌ । ଶଶି ଥରୁରଙ୍କୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଗ୍ରୀନ୍‌ ସିଗନାଲ ମିଳି ସାରିଥିବା ସୂଚନା ମିଳିଛି । ଗତକାଲି ସେ ସୋନିଆଙ୍କୁ ଭେଟିଥିଲେ । ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଥିବାବେଳେ ତା ପୂର୍ବରୁ ଏହି ଭେଟ ହୋଇଛି । ପୂର୍ବରୁ ସଭାପତି ନିର୍ବାଚନ ଲଢିବା ପାଇଁ ଥରୁର ସଙ୍କେତ ଦେଇଥିଲେ । କିନ୍ତୁ ଏ ବିଷୟରେ ସେ ଖୋଲାଖୋଲି କିଛି କହିନାହାନ୍ତି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୋନିଆ ଗାନ୍ଧି କହିଛନ୍ତି, ଶଶି ଥରୁର ଯଦି ଚାହିଁବେ ନିର୍ବାଚନ ଲଢ଼ିପାରିବେ । କେହି ବି ନିର୍ବାଚନ ଲଢ଼ିପାରିବେ ବୋଲି କହିଛନ୍ତି ସୋନିଆ ଗାନ୍ଧି ।

ସେପଟେ ରେସ୍‌କୁ ଆସିପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗେହଲଟ ନିଜେ କିନ୍ତୁ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହୁଅନ୍ତୁ ବୋଲି ଦାବି କରି ଆସୁଛନ୍ତି। କେବଳ ଅଶୋକ ଗେହଲଟ ନୁହଁନ୍ତି, ଦଳର ଅନେକ ହେଭିୱେଟ୍‌ ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି। କିନ୍ତୁ ରାହୁଲ ବାରମ୍ବାର ମନା କରି ଚାଲିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି ସେତିକି ରୋଚକ ହେଉଛି ସ୍ଥିତି ।

Related Articles

Leave a Reply

Your email address will not be published. Required fields are marked *

Back to top button