ଭାଜପାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ, ପିପିଲି-ଡ଼େଲାଙ୍ଗବାସୀଙ୍କ ଆଗରେ ରିପୋର୍ଟ କାର୍ଡ଼ ଦେଲେ ବିଧାୟକ ଓ ସାଂସଦ

ପିପିଲି : ଭାଜପା ପାଳନ କରିଛି ବିଜୟ ଉତ୍ସବର ଏକ ବର୍ଷ ପୂର୍ତ୍ତି ଉତ୍ସବ । ପିପିଲି ଦାଣ୍ଡମୁକୁନ୍ଦପୁର ବାଲିପଡ଼ଇଆରେ ବିଶାଳ ଆଶୀର୍ବାଦ ଉତ୍ସବ ଆୟୋଜିତ କରି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶିଷ କାମନା କରିଥିଲେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡ଼ ସମ୍ବିତ ପାତ୍ର । ଏକ ବର୍ଷ ପୂର୍ବେ ଏହି ଦିନ ଘର ଘର ବୁଲି ଲୋକମାନଙ୍କ ଭୋଟ ଭିକ୍ଷା କରିଥିଲେ ସାଂସଦ ଏବଂ ବିଧାୟକ ଆଶ୍ରିତ । ଲୋ୍କମାନଙ୍କ ସହଯୋଗ ଏବଂ ବିପୁଳ ଜନ ସମର୍ଥନରେ ବିଜୟୀ ମଧ୍ୟ ହୋଇଥିଲେ । ଗତ ବର୍ଷ ଆଜିର ଦିନରେ ବିଧାନସଭା ଏବଂ ଲୋକସଭାରେ ଭାଜପା ବିଜୟୀ ହେବା ପରେ ସରକାରକୁ ଆସିଥିଲା । ଏହି ଦିନକୁ ମନେ ପକାଇ ଆଜି ପିପିଲିରେ ଉଭୟ ସାଂସଦ ଏବଂ ବିଧାୟକ ତାଙ୍କର ରିପୋର୍ଟକୁ ହଜାର ହଜାର ପିପିଲି-ଡ଼େଲାଙ୍ଗବାସୀଙ୍କ ଆଗରେ ରଖିଛନ୍ତି ।
ଅନ୍ୟପଟେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ ବିଜୟୀ ହେବା ପରେ ପିପିଲିରେ ବିଭିିନ୍ନ ପ୍ରକାରର ଉନ୍ନତି ମୂଳକ କାଯ୍ୟର ବୀଜ ବୁଣିଛନ୍ତି । ଚାନ୍ଦୁଆ ଶିଳ୍ପ ଠାରୁ ଆରମ୍ଭ କରି ରାସ୍ତାଘାଟ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନା ଗମନ ପାଇଁର ଶୁଭାରମ୍ଭ କରିଛନ୍ତି । ଆଜି ବିକାଶ ପଥରେ ଡ଼େଲାଙ୍ଗ ପିପିଲି । ପୂର୍ବ ସରକାର ସମୟରେ ପିପିଲିରେ ଯାହା ବି ବିକାଶ ହୋଇଥିଲା ତାହା ପର୍ଯ୍ୟାପ୍ତ ପରିମାଣର ହୋଇ ନାହିଁ । ବର୍ତ୍ତମାନ ମୋହନ ମାଝୀଙ୍କ ସରକାର ପିପିଲିର ବିକାଶକୁ ଅଗାକ୍ୁ ନେଉଛନ୍ତି । ପ୍ରତିଟି କ୍ଷେତ୍ରରେ ପିପିଲି ଡ଼େଲାଙ୍ଗ ଆଗକୁ ଯିବ ବୋଲି ବିଧାୟକ କହିଛନ୍ତି ।
ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ମୁଁ ପୁରୀରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛି । ସଂସଦୀୟ କ୍ଷେତ୍ରରେ ପରାଜୟ ପରେ ପାଞ୍ଚ ବର୍ଷ ଆପଣଙ୍କ ସହିତ ରହିଥିଲି । ପୁନର୍ବାର ନିର୍ବାଚନ ଲଢ଼ିଲି ଆପଣ ମାନେ ମୋତେ ବିଜୟୀ କରାଇଛନ୍ତି l ସେବେଠାରୁ ଆପଣଙ୍କ ସହିତ ପ୍ରତିଟି କ୍ଷେତ୍ରରେ ମୁଁ ରହିଛି । ସୁଖ ଦୁଃଖ ସହିତ ବାତ୍ୟା ହେଉକି ବନ୍ୟା ଅଥବା ରୋଗ ଶଯ୍ୟାରେ ଯେଉଁଠି ବି ଯେତେବେଳେ ଯିଏ ଖୋଜିଛନ୍ତି ସେତେବେଳେ ଆମେ ପହଂଚିଛୁ । ପିପିଲି ଦଣ୍ଡମକୁନ୍ଦପୁର ମନ୍ଦିର ଠାରୁ ଆରମ୍ଭ କରି ଡେଲାଙ୍ଗ ଗାନ୍ଧୀ ପିଠ ବିଶ୍ୱନାଥ ମନ୍ଦିର ତରା ପୋଖରୀ ଚିଲିକାରେ ସେତୁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆମ ସରକାର ନେଇଛନ୍ତି । ଆଗକୁ ମଧ୍ୟ ଏହି ବିକାଶ ଜାରି ରହିବ ବୋଲି ସାଂସଦ ସମ୍ବିତ ପାତ୍ର କହିଛନ୍ତି ।