କଳମଛୁଇଁ ଶିଶୁମନ୍ଦିର ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ
ସାଉଥବଲଣ୍ଡା,ତା-୨୯/୦୮/୨୦୨୨-ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ କିମ୍ବଦନ୍ତୀ ହକି କ୍ରୀଡାବିତ୍ ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ମେଜର୍ ଧ୍ୟାନଚାନ୍ଦଙ୍କ ଜୀବନୀ ସମ୍ବଦ୍ଧରେ ଆଲୋକପାତ କରିବା ସହିତ ଜାତୀୟ କ୍ରୀଡା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ପୁରସ୍କୃତ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ବୀରେନ୍ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଚାର୍ଯ୍ୟ ଶରତ ଚନ୍ଦ୍ର ଦାସ,ବିଷ୍ଣୁଚରଣ ମହାପାତ୍ର,କୁମୁଦ ଚନ୍ଦ୍ର ବେହେରା, ଦମୟନ୍ତୀ ନନ୍ଦ,କୁମୁଦ ଚନ୍ଦ୍ର ସାହୁ,ମୋନାଲିସା ମହାନ୍ତି,ସଞ୍ଜୟ ସାଲିମା,ପବିତ୍ର ସାହୁଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।