କ୍ରାଇମ

ପାରାଦୀପ ଆଶାକର୍ମୀ ଧର୍ଷଣ ମାମଲା ଦୁଇ ଅଭିଯୁକ୍ତ କୋର୍ଟ ଚାଲଣ

ପାରାଦୀପ-୨୯ା୦୮- ପାରାଦୀପ ଷଣ୍ଢକୁଦ ଅଂଚଳର ଜନୈକା ଆଶାକର୍ମୀ ଧର୍ଷଣ ଅଭିଯୋଗରେ ପାରାଦୀପ ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର ଦିନ କୋର୍ଟ ଚାଲଣ କରାଯାଇଥିବା ପାରଦୀପ ଆଦର୍ଶ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ଗଣମାଧ୍ୟମକୁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶଯେ, ପାରାଦୀପ ଷଣ୍ଢକୁଦ ଅଂଚଳର ଜନୈକା ଆଶାକର୍ମୀ କୌଣସି କାମରେ ନୂଆବଜାରକୁ ନିଜ ସାଇକେଲରେ ଆସିଥିଲେ । ଫେରିବା ସମୟରେ ଏକ କାର୍‌ରେ ଚାରିଜଣ ତାଙ୍କୁ ଯତିନ ମଲ୍ଲିକ, ବାଦଲ କୁମାର ମଲ୍ଲିକ, କିର୍ତୀ ଓ ନିହାର ନେହେରୁ ବଙ୍ଗଳା ନେଇଯାଇଥିଲେ । ସେଠାରେ ତାଙ୍କୁ ଯତିନ ମଲ୍ଲିକଧର୍ଷଣ କରାଯାଇଥିବା ନେଇ ଆଶାକର୍ମୀ ଜଣକ ପାରାଦୀପ ଆଦର୍ଶ ଥାନାରେ ନିଜ ବାପାଙ୍କ ସହିତ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ବ କରିଥିଲେ । ଏହା ପରେ ପିଡିତାଙ୍କର ଡାକ୍ତରୀ ମାଇନା କରିବା ସହ କୁଜଙ୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଇ ବୟାନ ରେକର୍ଡ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧିନସ୍ତ ସୁନାପାଳ ଗ୍ରାମର ଲକ୍ଷ୍ମୀଧର ମଲ୍ଲିକଙ୍କ ପୁଅ ଯତିନ ମଲ୍ଲିକ ପାରାଦୀପ ନୂଆବଜାର ଅଂଚଳରେ ରହୁଥିବା ବେଳେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପିତାପଡା ଗ୍ରାମର ତଥା ଜିଜେଆଇ କଲୋନୀ ଅଂଚଳରେ ରହୁଥିବା ଅଜୟ କୁମାର ମଲ୍ଲିକଙ୍କ ପୁଅ ବାଦଲ କୁମାର ମଲ୍ଲିକଙ୍କୁ ପୋଲିସ୍ ୨୭୫/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଓଡି-୦୨-ବିଭି-୧୯୩୫ କାର୍‌କୁ ପୋଲିସ୍ ଜବତ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button