କ୍ରାଇମ

ସାନ ଭାଇର ଲୁହା ଛଡ ଆକ୍ରମଣରେ ବଡ ଭଉଣୀ ମୃତ, ଘରୋଇ କଳି କାରଣ

ବଣାଇ : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଇର ଲୁହ ଛଡ଼ ମାଡ଼ରେ ଭଉଣୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ , ସାନଭାଇ ବିଜୟ ମାହାନ୍ତ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିବା ଦେଖି ବଡ ବାପା ଝିଅ ବଡ ଭଉଣୀ ହେମଗିରି ମାହାନ୍ତ ମଧ୍ୟସ୍ତି କରୁଥିଲେ । ଏହାକୁ ନେଇ ଭାଇ ବିଜୟ ଉତ୍ୟକ୍ତ ହୋଇ ଏକ ଲୁହାଛାଡ଼ରେ ଭଉଣୀ ହେମଗିରି ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଭଉଣୀ ଟଳି ପଡ଼ିଥିଲେ । ଭାଇ ବିଜୟ ନିଜେ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାକୁ ଆଣିଥିଲା ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button