ଓଡିଶା

ଭିଜିଲାନ୍ସ ଜାଲରେ ଏଜ୍ୟୁକିଟିଭ ଅଫିସର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ସୋରଡା: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଜଟଣୀ ପୌରପାଳିକାରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ପୈତୃକ ଗ୍ରାମ ସୋରଡ଼ାର ୩ଟି ଘରେ ଭିଜିଲାନ୍ସ ଛାନଭିନ୍‌‌ କରୁଛି । ଏହାସହିତ ଭୁବନେଶ୍ୱର ବାସଭବନ ଓ ବ୍ରହ୍ମପୁରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଛି । କଟକରୁ ଆସିଥିବା ଭିଜିଲାନ୍ସର ୨ଟି ଟିମ୍‌‌ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button