କ୍ରୀଡା

ପାକିସ୍ତାନ କ୍ରିକେଟରଙ୍କୁ ‌ନେଇ ସୋଏବଙ୍କ ଚାଞ୍ଚଲ୍ୟକର ବୟାନ – Utkal Mail


ନୂଆଦିଲ୍ଲୀ: ଖେଳପ୍ରେମୀ ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ ଖେଳାଯିବାର ଦେଖିବାକୁ ପାଇବେ।  ଏସିଆ କପରେ ଭାରତୀୟ ଦଳ ଶ୍ରୀଲଙ୍କାରେ ଏହାର ସମସ୍ତ ମ୍ୟାଚ୍ ଖେଳିବ। ଏଥିସହିତ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ଶ୍ରୀଲଙ୍କା ଆସିବ ।

ଏସିଆ କପରେ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ ଖେଳିବ । ଏହା ପରେ ଭାରତ ଗ୍ରୁପ ଷ୍ଟେଜରେ ୪ ସେପ୍ଟେମ୍ବରରେ ନେପାଳକୁ ଭେଟିବ । ପୁନର୍ବାର ସୁପର ୪ ରାଉଣ୍ଡରେ ୧୦ ତାରିଖରେ କଲମ୍ବୋରେ ପାକିସ୍ତାନକୁ ଭେଟିବ ଭାରତ ।

ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବଲର ସୋଏବ ଅଖତାର ଦେଇଥିବା ଏକ ବୟାନ ଚର୍ଚ୍ଚାର ପରିସରକୁ ଆସିଛି। ସମୟସମୟରେ କ୍ରିକେଟର ସୋଏବ ଭାରତୀୟ କ୍ରିକେଟରମାନଙ୍କୁ ନେଇ ଏମିତି କିଛି ପ୍ରତିକ୍ରିୟା ଦେଇଥାଆନ୍ତି ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ।

ନିକଟରେ ସୋଏବ ଏକ ସ‌ାକ୍ଷାତକାରରେ କହିଛନ୍ତି, ‘ପାକିସ୍ତାନୀ କ୍ରିକେଟର ଭାରତରୁ ପରୋକ୍ଷ ଭାବେ ଆସୁଥିବା ଟଙ୍କାରେ ବଞ୍ଚୁଛନ୍ତି। ମୁଁ ଚାହୁଁଛି  ଭାରତ ଏହି ବିଶ୍ବକପରେ ଖୁବ ଟଙ୍କା ରୋଜଗାର କରୁ। କିଛି ଲୋକ ଏହାକୁ କହିବାକୁ କୁଣ୍ଠାବୋଧ କରିବେ। କିନ୍ତୁ ମୁଁ ଏସବୁ ସ୍ପଷ୍ଟ ଭାବେ କହୁଛି।

ଭାରତରୁ ଯେଉଁ ରେଭିନ୍ୟୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି)କୁ ଯାଇଥାଏ ସେହି ରେଭିନ୍ୟୁର କିଛି ଅଂଶ ପାକିସ୍ତାନକୁ ଆସିଥାଏ। ଏହାଦ୍ବାରା ଆମର ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିସ ମିଳିଥାଏ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button