ଓଡିଶା

ମାର୍ଚ୍ଚ ମାସରେ ସାରି ଦିଅନ୍ତୁ ଏହି ୫ ଜରୁରୀ କାମ, ନହେଲେ ପରେ ଆଉ କରି ପାରିବେନି, ଜାଣନ୍ତୁ ପୁରା ଖବର

ଶେଷ ହେବାକୁ ଯାଉଛି ମାର୍ଚ୍ଚ ମାସ । ଯଦି ଆପଣ ଏ ପର୍ଯ୍ୟନ୍ତ ବି ଏହି ସବୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଶେଷ କରି ନାହାନ୍ତି ତେବେ ବିଳମ୍ବ ନ କରି ଏହି ସବୁ କାର୍ଯ୍ୟ ଶେଷ କରାଇ ନିଅନ୍ତୁ । ନଚେତ୍ ଆଗକୁ ଆପଣ ଅନେକ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ଆପଣଙ୍କର ବାର୍ଷିକ ଆର୍ଥିକ ପ୍ରଗତି ବନ୍ଦ୍ ହୋଇଯିବ ।

F

ଅନେକ ଗୁଡ଼ିଏ ଆର୍ଥିକ ସଂସ୍ଥାନ କିମ୍ବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ମାର୍ଚ୍ଚ ମାସକୁ ସେମାନଙ୍କର ଟାର୍ଗେଟ ମାସ ଭାବେ ନେଇଥାନ୍ତି । ସେମାନଙ୍କର ସବୁ ପେଣ୍ଡିଙ୍ଗ କାମକୁ ସଂପୂର୍ଣ୍ଣ କରିବା ସହିତ ଅନେକ କ୍ଷେତ୍ରରେ ରିହାତି ପ୍ରଦାନ କରି ନିଜର ଟାର୍ଗେଟ ପୂରଣ କରିଥାନ୍ତି । ତେବେ ଜାଣନ୍ତୁ ଏପରି କିଛି କାର୍ଯ୍ୟ ଯାହା ଆପଣଙ୍କୁ ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରିବାକୁ ପଡ଼ିବ…

• ଆଧାର କାର୍ଡ ଅପଡେଟ : ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ ମାଗଣା ରହିଛି । ଏହା ପରେ ଆଧାର କାର୍ଡ ଅପଡେଟ କରିବା ପାଇଁ ପଇସା ଲାଗିପାରେ ।

• ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ସର୍ଭିସ୍ : ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୩୧ ପର ଠାରୁ ପେଟିଏମ୍ ର ସମସ୍ତ ସର୍ଭିସ ବନ୍ଦ୍ ହୋଇଯିବ । ତେବେ ଯଦି ଆପଣ ବି ଜଣେ ପେଟିଏମ୍ ଉପଭୋକ୍ତା ତେବେ ସମୟ ଶେଷ ହେବା ପୂର୍ବରୁ ପେଟିଏମ୍ ରୁ ନିଜର ଜମା ରାଶି ଉଠାଇ ନିଅନ୍ତୁ ।

Deadline

• SBI ଅମୃତ କଳସରେ ବିନିଯୋଗ : ଏଥିରେ ମଧ୍ୟ ବିନିଯୋଗ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧ ତାରିଖ । ଶେଷ ତାରିଖ ସରିବା ନେଇ SBI କେତେ ଗୁଡିଏ ଡିସକାଉଣ୍ଟ୍ ମଧ୍ୟ ଦେଉଛି ।

• SBI ହୋମ୍ ଲୋନ୍ : SBI ବର୍ତ୍ତମାନ ନିଜର ଉପଭୋକ୍ତାଙ୍କ ସିଭିଲ ସ୍କୋର କୁ ଦେଖି ସେମାନଙ୍କୁ ପର୍ସନାଲ୍ ଲୋନ୍ , ହୋମ୍ ଲୋନ୍ ଆଦିରେ ବିଶେଷ ଦରର ରିହାତି ପ୍ରଦାନ କରୁଛି ।

• KYC ଅପଡେଟ : ଯଦି ଆପଣ ଫାସ୍ ଟ୍ୟାଗ ୟୁଜର ତେବେ ମାର୍ଚ୍ଚ ୧୫ ପୂର୍ବରୁ ନିଜର KYC ଅପଡେଟ କରାଇ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button