ଓଡିଶା
ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ
ଭଦ୍ରକ୨୮/୮- – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ ରାଜେନ୍ଦ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଅଜିତ ପତିଙ୍କ ଅଧ୍ୟକ୍ଷତାରେ ବୃକ୍ଷ ବିଷୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ସମ୍ମାନିତ ଅତିଥି ଭାବେ ମହେଶ୍ୱର ବେହେରା, ସାମ୍ବାଦିକ ମାନସ କୁମାର ପରିଡା, ମୁଖ୍ୟବକ୍ତା ଭାବେ ସନ୍ତୋଷ ଦାସ, ଅଭୟ ସାହୁ, ନୀଳମଣି ସାହାଣୀ, ବିନୋଦ ବାରିକ, ଦୀପକ ମଲ୍ଲିକ, ବନମାଳୀ ପଣ୍ଡା, ହିମାଂଶୁ ଶେଖର ଜେନା, ମନୋଜ, ଚିନ୍ମୟ , ଜୁଷ୍ମନ୍ତ, ବିରଞ୍ଚି, ଅରୁଣ, ଗଣେଶ, କୁନି ମେହେର ଉଦ୍ୟାନ ଅଧିକାରୀ ଯୋଗ ଦେଇଥିଲେ । ପରିବେଶ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ । ସର୍ବ ଶେଷରେ ସରସ୍ୱତୀ ଶିଶୁ ମନ୍ଦିର ର ଗୁରୁଜୀ ବନମାଳୀ ପଣ୍ଡା ମହତ କାର୍ଯ୍ୟ ପାଇଁ ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟକୁ ଧନ୍ୟବାଦ ଦେଇଥିଲେ ।