ଓଡିଶା
୨ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡଲାଇନ୍ ପ୍ରସଙ୍ଗ

ଭୁବନେଶ୍ଵର, ୨୭/୦୮ : ଦୁଇ ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା ଅଧିବେଶନ। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ବୀମା ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ସୁଭଦ୍ରା ଗାଇଡଲାଇନ୍ ପ୍ରସଙ୍ଗ ଉଠିପାରେ।
ସେପଟେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି।