ଜୀବନଶୈଳୀ

କେଉଁ କର୍ମ କରିବା ଦ୍ଵାରା ମିଳିଥାଏ କୁକୁର ଜନ୍ମ। ଜାଣନ୍ତୁ ସେହି ବିଷୟରେ

ହିନ୍ଦୁ ଧର୍ମରେ ମନୁଷ୍ୟର ଜୀବନ ଓ ମୃତ୍ୟୁ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଏହାସହିତ ମୃତ୍ୟୁ ପରେ ମନୁଷ୍ୟ କେଉଁ ଯୋନିରେ ଜନ୍ମ ହୋଇଥାଏ, ସେହି ବିଷୟରେ ମଧ୍ୟ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ମାନା ଯାଇଥାଏ କି, ମନୁଷ୍ୟର ମୃତ୍ୟୁ ହିସାବରେ ତାର କର୍ମ ଅନୁସାରେ ତାକୁ ଅଗ୍ନି ଯୋନିରେ ଜନ୍ମ ପ୍ରାପ୍ତି ହୋଇଥାଏ।

କିଛି ଧାର୍ମିକ ଗ୍ରନ୍ଥରେ ଏହି ବର୍ଣ୍ଣନା ରହିଥାଏ କି, ଯେଉଁ ମନୁଷ୍ୟ ନିଜ ଜୀବନରେ ଅଧିକ ପାପ କରିଥାଏ, ତାକୁ ମୃତ୍ୟୁ ପରେ ଗୋଟେ ଯୋନିରେ ଜନ୍ମ ମିଳି ନଥାଏ। ତାକୁ ଏଭଳି ଯୋନିରେ ଜନ୍ମ ମିଳିଥାଏ, ଯେଉଁଠାରେ ସେ କାହାକୁ କିଛି କହି ପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧିତ ଏକ କାହାଣୀ କହିବାକୁ ଯାଉଛୁ। ଏହି କାହାଣୀରେ ଗୋଟେ ଆଘାତ ପ୍ରାପ୍ତ କୁକୁର ନିଜର ଦୁଃଖ ନେଇ ଭଗବାନ ଶ୍ରୀରାମଙ୍କ ପାଖକୁ ଯାଇଥିଲା।

ଥରେ ଭଗବାନ ଶ୍ରୀରାମ ନିଜ ସଭାରେ ବସି ଥିଲେ। ସେତେବେଳେ ତାଙ୍କୁ ଗୋଟେ କୁକୁରର କାନ୍ଦ ଶୁଣା ଯାଇଥିଲା। ସେ ଦ୍ଵାରପାଳକୁ କହି ସେହି କୁକୁରକୁ ବିଦା କରି ଦେଇଥିଲେ। ତାପରେ ସଭାର ଦିତୀୟ ଦିନରେ ମଧ୍ୟ ସେହି କୁକୁର ସେହି ଦିନରେ ଆସି କାନ୍ଦିବାକୁ ଲାଗିଲା। ତୃତୀୟ ଦିନରେ ମଧ୍ୟ ସେହି କୁକୁର ସେହି ସ୍ଥାନରେ ଆସି କାନ୍ଦିଲା। ତେଣୁ ଭଗବାନ ଶ୍ରୀରାମ ସେହି କୁକୁରକୁ ବିଦା ନକରି ତାର କାନ୍ଦିବାର କାରଣ ଜାଣିବାକୁ ଚାହିଁଲେ।

ତାପରେ ଭଗବାନ ଶ୍ରୀରାମ ସେହି କୁକୁରକୁ ସଭାକୁ ଆଣିବାକୁ ଦ୍ଵାରପାଳଙ୍କୁ ଆଦେଶ ଦେଲେ। କିନ୍ତୁ କୁକୁରତି ଦ୍ଵାରପାଳଙ୍କୁ କହିଲେ କି, ହେ ଦ୍ଵାରପାଳ ମୋତେ ଗୋଟେ ନୀଚ ଯୋନିରେ ଜା ମିଳିଛି, ତେଣୁ ମୁଁ ସଭା ମଧ୍ୟକୁ ପ୍ରବେଶ କରି ପାରିବି ନାହିଁ। ପବିତ୍ର ସ୍ଥାନ, ଗୋଶାଳା, ଗୃହ ଆଦି ସ୍ଥାନକୁ ମୁଁ ପ୍ରବେଶ କରି ପାରିବି ନାହିଁ। ତେଣୁ ତମେ ଯାଇ ଭଗବାନ ଶ୍ରୀରାମଙ୍କୁ କୁହ ସେ ମୋତେ ଏଠାରେ ଦେଖା କରିବା ପାଇଁ ଆସନ୍ତୁ। ଏହିସବୁ କଥା ଭଗବାନ ଶ୍ରୀରାମଙ୍କୁ ଦ୍ଵାରପାଳ ଯାଇ କହିଲେ।

ତାପରେ ଭଗବାନ ଶ୍ରୀରାମ ଗୋଟେ ବାଡ଼ି ନେଇ କୁକୁର ପାଖକୁ ଗଲେ ଏବଂ ତାର କାନ୍ଦିବାର କାରଣ ପଚାରିଲେ। କୁକୁର ଉତ୍ତର ଦେଲା କି, ହେ ଭଗବାନ ମୋର କିଛି ଭୁଲ ନାହିଁ। କିନ୍ତୁ ଜଣେ ସନ୍ନ୍ୟାସୀ ମୋତେ ପଥରରେ ମାରିଛନ୍ତି। ଯାହାଫଳରେ ମୋ ଗୋଡ଼ରୁ ରକ୍ତ ବାହାରୁଛି। ତେଣୁ ନ୍ୟାୟ ପାଇବା ପାଇଁ ମୁଁ ଆପଣଙ୍କ ଶରଣକୁ ଆସିଛି। ଏହାଶୁଣି ଭଗବାନ ଶ୍ରୀରାମ ସେହି ସନ୍ନ୍ୟାସୀଙ୍କୁ ସଭାକୁ ଡାକିଲେ ଏବଂ ସବୁକିଛି ପଚାରିଲେ।

ସନ୍ନ୍ୟାସୀ ଜଣକ କହିଲା, ହେ ଭଗବାନ ମୁଁ ଭିକ୍ଷା ମାଗି ଯାଉଥିଲି। ଏହି କୁକୁର ମୋ ଭୋଜନ ସ୍ପର୍ଶ କରି ଦେଇଥିଲା। ତେଣୁ କ୍ରୋଧ ବଶତଃ ମୁଁ ତା ଉପରକୁ ପଥରରେ ମାରିଲି। ଶେଷରେ ଭଗବାନ ଶ୍ରୀରାମ କହିଲେ ସଂସାରର ସମସ୍ତ ପଶୁପକ୍ଷୀ ମନୁଷ୍ୟ ଭଳି ଜ୍ଞାନୀ ଓ ବୁଦ୍ଧିମାନ ନୁହନ୍ତି। ତେଣୁ ଏଥିରେ କୁକୁରର କିଛି ଭୁଲ ନାହିଁ। ଏହା କୁକୁରର ସ୍ଵଭାବ ଅଟେ। ତାପରେ ଶ୍ରୀରାମ କୁକୁରକୁ କହିଲେ କି, ଏହି ସନ୍ନ୍ୟାସୀ ତୁମର ଅପରାଧୀ ଅଟନ୍ତି, ତାଙ୍କୁ କଣ ଦଣ୍ଡ ଦିଆଯିବ ତୁମେ କୁହ।

ଏହାଶୁଣି କୁକୁର କହିଲା, ହେ ପ୍ରଭୁ ଏହି ସନ୍ନ୍ୟାସୀଙ୍କୁ କୌଣସି ସେବାଳୟର ମାଲିକ କରି ଦିଅନ୍ତୁ। ତାପରେ ଭଗବାନ ରାମଚନ୍ଦ୍ର ଏହାହିଁ କଲେ ଏବଂ ସଭାକୁ ଫେରି ଆସିଲେ। କିଛି ଦିନ ଗଲା ପରେ ଅଯୋଧ୍ୟା ବାସୀ ସେହି କୁକୁରକୁ ଯାଇ ପଚାରିଲେ, ତୁମର ଅପରାଧୀକୁ କାହିଁକି ମାଲିକ କରିବା ପାଇଁ ମହାରାଜାଙ୍କୁ ପ୍ରସ୍ତାବ ଦେଲ। ଏହାଶୁଣି କୁକୁର କହିଲା ଚୋର, ଅନ୍ୟକୁ ଲୁଟି ଖୁସି ହେଉଥିବା ବ୍ୟକ୍ତି, ପଶୁପକ୍ଷୀ ମାନଙ୍କୁ ଘୃଣା ଆଖିରେ ଦେଖୁଥିବା ବ୍ୟକ୍ତି ପରଜନ୍ମରେ କୁକୁର ଜନ୍ମ ପାଇଥାଏ। ସେହି ସନ୍ନ୍ୟାସୀ ଜଣକ ମଠରେ ରହି ଯେଉଁ ପାପ କରିଥିଲେ, ସେ ପରଜନ୍ମରେ କୁକୁର ଜନ୍ମ ପାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button