ଓଡିଶା

ଅନ୍ତର୍ଜାତୀୟ ବଧିର ଉସ୍ଛବ ପାଳନ – Utkal Mail


ବ୍ରହ୍ମପୁର : ସ୍ଥାନୀୟ ବୈକୁଣ୍ଠ ନଗର ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ କାର୍ଡ,ଲିପିକା ଅନୁଷ୍ଠାନ ଓ ଡିସିଡ୍ଳୁ  ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବଧିର ସପ୍ତାହ  ପାଳନ ହୋଇ ଯାଇଛି। ଏକ ସପ୍ତାହ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇ ଥିବା ବେଳେ ଡିଏସ ଏସ ଓ କଲ୍ୟାଣୀ ଦାସ,ଆରବିଏସକେ ମେନେଜର  ଲୋପମୁଦ୍ରା ମିଶ୍ର, ସିଡିପିଓ ଶରତ ଚନ୍ଦ୍ର ମହାରଣା, ଲିପିକା ନିର୍ଦ୍ଦେଶୀକା ରଞ୍ଜିତା ଦାସ ଓ କାର୍ଡ ସମ୍ପାଦକ ସୁରେଶ ସାହୁ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି,ପାତ୍ରପୁର, ଦିଗପହଣ୍ଡି,ରଙ୍ଗେଇଲୁଣ୍ଡା ସମେତ ବ୍ରହ୍ମପୁର ମହାନଗର ନିଗମ ର ପ୍ରାୟ ୮୦ ଜଣ ବଧିର ଓ ଅଭିଭାବକ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଶ୍ରୀ ସାହୁ ଉପସ୍ଥିତ ଅଭିଭାବକ ମାନଙ୍କୁ ନିଜ ନିଜ ର ପିଲା ମାନଙ୍କୁ ଶିକ୍ଷା ଦାନ ନିମନ୍ତେ ସରକାର ଙ୍କ ପକ୍ଷରୁ ଦିଆଯାଉ ଥିବା ସୁବିଧା,ବଧିର ପିଲାଙ୍କ ଶିକ୍ଷା ର ବିକାଶ ନିମନ୍ତେ ତାଲିମ ପ୍ରଦାନ କରିବା ସହିତ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଛି। ଶିକ୍ଷା ଉପକରଣ ପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି। ଉଭୟ ଲିପିକା ଓ କାର୍ଡ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏକ ଉତ୍ତମ ପଦକ୍ଷେପ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ଯକ୍ତ କରିଥିଲେ। ଉପସ୍ଥିତ ଅଭିଭାବକ ମାନଙ୍କ ପକ୍ଷରୁ ସେମାନଙ୍କ ପିଲାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିପିକା ର ସଯୋଯକ  ବିଜୟ କୁମାର ରଣା, ମମତା କୁମାରୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।


Related Articles

Leave a Reply

Your email address will not be published. Required fields are marked *

Back to top button