ଓଡିଶା

ମାହାଙ୍ଗା ବ୍ଲକ ପରିସରରେ ଚାପା ଉତ୍ତେଜନା

ମାହାଙ୍ଗା ବ୍ଲକରେ ପୋଲିସ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ତୁମୁଳକାଣ୍ଡ। ଗତକାଲି ଠାରୁ ବ୍ଲକ ଅଧ୍ୟକ୍ଷା ଓ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ବ୍ଲକରେ ନୂଆ ସରକାର ଆସିବା ଦିନଠାରୁ କାର୍ଯ୍ୟ ହେଉନାହିଁ ଅଭିଯୋଗ କରି ଧାରଣାରେ ବସିଥିଲେ। ପୋଲିସ ମଧ୍ୟ ସେଠାରେ ଥିଲା। ବ୍ଲକ ପାଖରେ ବିଧାୟକଙ୍କ କିଛି ସମର୍ଥକ ମଧ୍ୟ ଥିଲେ। ହେଲେ ହଠାତ ବିଧାୟକଙ୍କ କିଛି ସମର୍ଥକ ଧାରଣା ପାଖକୁ ପଶିଯିବା ଦେଖି ପୋଲିସ ତାଙ୍କୁ ପ୍ରତିରୋଧ କରିବା ସମୟରେ ପୋଲିସ ଓ ସେମାନଙ୍କ ଭିତରେ ଠେଲାପେଲା ହୋଇଥିଲା। ଏହି ସମୟରେ କେହି ଜଣେ ପ୍ଲାଷ୍ଟିକ ଚେୟାର ଫୋପାଡିବାରୁ ସାଲେପୁର SDPO ବିରଞ୍ଚି ନାରାୟଣ ପତି ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଏବେ ଜଣେ ଏବେ sp ଓ pd ଅଛନ୍ତି। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଖୋଦ ଚେୟାରମ୍ୟାନ ନିଜ ଘରକୁ ନେଇଯାଇଥିବାରୁ ବିଲ ହୋଇପାରିନି ଏବଂ ସେମାନେ ଏଥିପାଇଁ ପିଡ଼ିଙ୍କୁ ଲିଖିତ ତଦନ୍ତ ପାଇଁ ଜଣାଇଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଫାଇଲରେ ଅନିୟମିତତା ଥିବାରୁ ସେ ନେଇଥିଲେ ଓ ଫେରେଇ ଦେଇଛନ୍ତି । ତେବେ କଣ ପାଇଁ କାମ ହେଉନି ପ୍ରଶାସନ ଉତ୍ତର ରଖୁ ବୋଲି ପାଲଟା ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷା।

Related Articles

Leave a Reply

Your email address will not be published. Required fields are marked *

Back to top button