ବିଚାର

ଆସନ୍ତାକାଲି ବିଶ୍ୱକର୍ମା ପୂଜା, ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି

ଆସନ୍ତାକାଲି ବିଶ୍ୱକର୍ମା ପୂଜା । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅର୍ଥାତ ଆସନ୍ତାକାଲି ପଡୁଛି ବିଶ୍ୱକର୍ମା ଜୟନ୍ତୀ । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ । ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ । ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜା-ଅର୍ଚ୍ଚନା କରିଥାନ୍ତି । ଉଲ୍ଲେଖ ରହିଛି ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ-ସମ୍ପତ୍ତିର ଅଭାବ ରହିନଥାଏ ।

ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ । ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜା କନ୍ୟା ସଂକ୍ରାନ୍ତିରେ ପଡିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା । ବିଶ୍ୱର ପ୍ରଥମ ଇଞ୍ଜିନିୟର ବିଶ୍ୱକର୍ମାଙ୍କୁ କୁହାଯାଇଥାଏ । ପ୍ରାଚୀନ କାଳରେ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିଥିଲେ । ବିଶ୍ୱକର୍ମା ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ଲଙ୍କା ଆଦି ସ୍ଥାନ ନିର୍ମାଣ କରିଛନ୍ତି । ଏହିକାରଣରୁ ବିଶ୍ୱକର୍ମା ପୂଜା ଦିନ ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରାଯାଇଥାଏ ।

ବିଶ୍ୱକର୍ମା ପୂଜା ପଦ୍ଧତି:

ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ପବିତ୍ର ଦିନ ଭକ୍ତମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି, ସଫା ପୋଷାକ ପିନ୍ଧି ପୂଜା ସ୍ଥାନ ସଫା କରିବା ଉଚିତ୍ । ଏହାପରେ ବିଶ୍ୱକର୍ମାଙ୍କୁ ପୂଜାପାଠ ସ୍ଥାନରେ ବିଧି ଅନୁଯାୟୀ ଉପାସନା କରିବା ପାଇଁ ପ୍ରତିଜ୍ଞା ନିଅନ୍ତୁ । ହଳଦିଆ ରଙ୍ଗର କପଡାରେ ପୂଜା ଆସନ ପ୍ରତିଷ୍ଠା କରନ୍ତୁ । ଏବେ ଏଥିରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ହଳଦିଆ କିମ୍ବା ଧଳା ରଙ୍ଗର ଫୁଲମାଳ ଭଗବାନଙ୍କୁ ଅର୍ପଣ କରନ୍ତୁ । ଦୀପ-ଧୂପ ଜଳାନ୍ତୁ । ସେହିପରି ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରିବା ପାଇଁ ଭୁଲନ୍ତୁ ନାହିଁ । ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ଶେଷ କରନ୍ତୁ ।

ଏପଟେ ଅନୁଗୋଳ ଜିଲ୍ଲାରେ ବିଶ୍ଵକର୍ମା ପୂଜା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମନଲୋଭା ତୋରଣ ସାଙ୍ଗକୁ ଭଳିକି ଭଳି ଆଲୋକମାଳାରେ ସଜେଇ ହେବ ଅନୁଗୁଳ ସହର । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଲୋକମାନେ ନିଜ କାରଖାନା, ଦୋକାନ, ମେସିନ୍‌, ଅଫିସ୍ ଓ ଗାଡି ପୂଜା କରିଥାନ୍ତି । ହିନ୍ଦୁ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହିଦିନ କାର୍ୟ୍ୟରତ ସମସ୍ତ ଶ୍ରମିକ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଶ୍ରମିକମାନେ ନିଜର ଯନ୍ତ୍ରପାତି ପୂଜା କରିଥାନ୍ତି । ଏହିଦିନ କେହି ବି ଶ୍ରମିକ କାମ କରି ନ ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button