ବିଚାର

ମିଠା ଖାଇବା ପରେ ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ, ହୋଇପାରନ୍ତି ଡାଇବେଟିସ୍‌ର ଶିକାର

ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ମିଠା ଖାଇବା ପରେ ପାଣି ପିଇଥାନ୍ତି। ଯଦି ଆପଣ ବି ମିଠା ଖାଇବା ପରେ ପାଣି ପିଉଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏଭଳି କରିବା ଦ୍ୱାରା ଆପଣ ଡାଇବେଟିସ୍‌ର ଶିକାର ହୋଇପାରନ୍ତି। ଏକ ରିସର୍ଚ୍ଚ ମୁତାବକ ମିଠା ଖାଇବା ପରେ ପାଣି ପିଇଲେ ବ୍ଲଡ୍‌ ସୁଗାର ଲେବଲ ଦ୍ରୁତବେଗରେ ବଢ଼ିଯାଏ।

ଦକ୍ଷିଣ ଆମେରିକାର ସୁରୀନାମରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମିଠା ଖାଇବାର ତୁରନ୍ତ ପରେ ପାଣି ପିଇଥିଲେ ବ୍ଲଡ୍‌ ସୁଗାର ଲେବଲ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧିପାଏ। ୨ଟି ଟିମ୍‌କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା। ସେଥିରୁ ଗୋଟିଏ ଟିମ୍‌ ମିଠା ଖାଇବା ପରେ ପାଣି ପିଇଥିବା ବେଳେ ଅନ୍ୟ ଟିମ୍‌ ଦୀର୍ଘ ସମୟ ଧରି ପାଣି ପିଇନଥିଲେ। ରିସର୍ଚ୍ଚ ପରେ ବୈଜ୍ଞାନିକମାନେ କହିଛନ୍ତି, ମିଠା ଖାଇବା ପରେ ପାଣି ପିଇଲେ ଟାଇପ୍‌ ୨ ଡାଇବେଟିସ୍‌ର ଶିକାର ହୋଇପାରନ୍ତି। କାରଣ ପାଣି ସହ ଗ୍ଲୁକୋଜ୍‌ ବହୁତ ଶୀଘ୍ର ଶରୀରରେ ଅବଶୋଷିତ ହୋଇଯାଏ।

ଏଣୁ ମିଠା ଖାଇବାର ପ୍ରାୟ ଅଧ ଘଣ୍ଟା ପରେ ହିଁ ପାଣି ପିଅନ୍ତୁ। ଏହା ଦ୍ୱାରା ବ୍ଲଡ ସୁଗାର ଲେବଲ ବଢ଼ିବାର ଆଶଙ୍କା କମ୍‌ ରହିଥାଏ। ମିଠା ଖାଇବା ପରେ ଯଦି ଶୋଷ ଲାଗୁଛି ତେବେ କିଛି ଲୁଣି ଜିନିଷ ଖାଇଦିଅନ୍ତୁ। ଅଥବା ପାଣିରେ କୁଳୁକୁଚା କରନ୍ତୁ। ଏଭଳି କଲେ ଶୋଷ ଲାଗିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button