ଜାନୁଆରୀ ୧ , ନୂଆବର୍ଷରେ ଗାଈକୁ ଖୁଆଇ ଦିଅନ୍ତୁ ଏହି କିଛି ଜିନିଷ । ବର୍ଷ ସାରା ହେବ ଧନ ପ୍ରାପ୍ତି ଏବଂ ପିତୃ ହେବେ ସନ୍ତୁଷ୍ଟ:-

ହିନ୍ଦୁ ଧର୍ମ ଅନୁଯାୟୀ ଏପରି ମାନ୍ୟତା ରହିଛି ଯେ , ଯଦି ଗାଈର ସେବା ନିଃସ୍ୱାର୍ଥପର ଭାବରେ କରାଯାଏ ତେବେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସନାତନ ଧର୍ମରେ ଗାଈକୁ କିଛି ଜିନିଷ ଖୁଆଇବାର ମାନ୍ୟତା ରହିଛି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ସମେତ ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ କିଛି ଜିନିଷ ଅଛି ଯାହାକୁ ଗାଈକୁ ଆଦୋୖ ଖୁଆଇବା ଉଚିତ ନୁହେଁ । ସାଧରଣତଃ ଘରର ପ୍ରଥମ ରୋଟି ଗାଈକୁ ପ୍ରତ୍ୟେକ ଦିନ ଖୁଆଇବା ଉଚିତ ।
ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଉଥିବାରୁ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଗୁରୁ ଗ୍ରହ ମଜବୁତ ହୋଇଥାଏ । ମାନସିକ ଚିନ୍ତାରେ ପୀଡ଼ିତ ଥିଲେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଚିନ୍ତା ସମସ୍ୟା ଦୂର ହୋଇଯାଏ ।
ଗାଈକୁ ରୋଟି ଖୁଆଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗାଈକୁ ବାସୀ ରୋଟି ଖୁଆଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଗୋମାତାଙ୍କ ଅପମାନ ମଧ୍ୟ ହୋଇଥାଏ । ଗାଈକୁ ପଚା ସଢ଼ା ଖାଦ୍ୟ ମଧ୍ୟ ଦେବା ଉଚିତ ନୁହେଁ । ଏହାଦ୍ବାରା ଘର ଉପରେ ସମସ୍ୟା ଆସିଥାଏ ।
ଗାଈର ପ୍ରିୟ ହୋଇଥାଏ ଅଶ୍ୱତ୍ଥ ପତ୍ର । କିନ୍ତୁ ଯାହାକୁ ନିଜେ ତୋଳି ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ । ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ଆପଣ ଦହି ଭାତ ଖୁଆଇ ପାରିବେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଅନେକ ୟୁନିର ଜନ୍ମ ପରେ ଆତ୍ମା ଗାଈ ରୂପରେ ବିଶ୍ରାମ କରିଥାଏ ଏବଂ ଆଗାମୀ ଯାତ୍ରା ମନୁଷ୍ୟ ରୂପରେ କରିଥାଏ ।
ଯଦି ଆପଣ କୌଣସି ସ୍ଥାନରେ ନୂଆ ଘର କରିବାକୁ ଯାଉଛନ୍ତି ତେବେ ସେହି ସ୍ଥାନରେ ପନ୍ଦର ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । ପନ୍ଦର ଦିନ ମଧ୍ୟରେ ସେହି ସ୍ଥାନ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ ଏବଂ ସେଠାରେ ଯଦି କୌଣସି ନକରାତ୍ମକ ଶକ୍ତି କିମ୍ବା ଅତୃପ୍ତ ଆତ୍ମା ଥିବ ତାହା ମଧ୍ୟ ଦୂରେଇ ଯିବ । କାରଣ ଗାଈ ସକାରାତ୍ମକତାର ପ୍ରତୀକ ଅଟେ ।
ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଗାଈ ଏବଂ ବାଛୁରୀକୁ ଏକାଠି ଦେଖନ୍ତି ତେବେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି ଘର ପାଖରେ ଗାଈ ଘୁରି ବୁଲୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘୃଣା ସମସ୍ୟା ବହୁତ ଜଲଦି ଦୂର ହୋଇଯିବ । ଗାଈ ପାଖକୁ ଗଲେ ସଂକ୍ରାମକ ରୋଗ , କାଶ , ସରଦି ଭଳି ସମସ୍ୟା ମଧ୍ୟ ଠିକ ହୋଇଯାଏ ।
ପଞ୍ଚଗବ୍ୟ ଏକାଧିକ ରୋଗର ନିରାକରଣ ହୋଇଥାଏ । ଯାହାକି ଶରୀରର ରୋଗ ନିରୋଧକ କ୍ଷମତାକୁ ବଢ଼ାଇ ସୁସ୍ଥ କରିଥାଏ । ଗାଈକୁ ରୋଟି ଦେଲେ ସୁଖ ସମୃଦ୍ଧି ଏବଂ ଧନରେ ଉନ୍ନତି ମଧ୍ୟ ହୋଇଥାଏ । ଆପଣ ପ୍ରତ୍ୟେକ ଦିନ ଗାଈକୁ ରୋଟି ଖାଇବାକୁ ଦେଇ ପାରନ୍ତି । ଯଦି ସମ୍ଭବ ନହୁଏ ତେବେ ଗାଈ ନାମରେ ଅନ୍ୟ କୌଣସି ଗରିବକୁ ଖାଇବାକୁ ଦେଇ ଦିଅନ୍ତୁ । ଗାଈ ଅନେକ ସମୟରେ ଅଇଁଠା ଖାଇଥାଏ ।
ତାହାର କାରଣ ରାମାୟଣ ଯୁଗରୁ ଜଡ଼ିତ । ଗାଈ ମାତା ସୀତାଙ୍କ ଦ୍ଵାରା ସେହି ଯୁଗରେ ଅଭିଶପ୍ତ ହୋଇଥିଲା । ଯେଉଁ କାରଣରୁ ଏହି ଯୁଗରେ ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ । ଗୋମାତାଙ୍କ ଶରୀରରେ ୩୫ କୋଟି ଦେବଦେବୀ ଏବଂ ପିତୃଙ୍କ ବାସ ହୋଇଥାଏ । ତେଣୁ ଗାଈକୁ ଖାଇବାକୁ ଦେଲେ ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି ।