ବିଚାର

ଚୋପା ସହ ଖାଆନ୍ତୁ ଏହି ଫଳ, ମିଳିବ ଚମତ୍କାରୀ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି ।ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ ଚୋପା ସହ କରିବା ଦ୍ବାରା ଅଧିକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ସେହି ଫଳ ମାନଙ୍କର ନାମ।

mango

ଆମ୍ବ

ଯେଉଁ ବ୍ୟକ୍ତି ଓଜନ କମ କରିବାପାଇଁ ଯାଉଛନ୍ତି ତାଙ୍କ ପାଇଁ ଆମ୍ବର ଚୋପା ଖୁବ ଲାଭକାରୀ ହୋଇଥାଏ। ଏହାର ଚୋପାରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ଏଣୁ ଆମ୍ବ ସହ ଏହାର ଚୋପାର ସେବନ ମଧ୍ୟ କରିବା ଉଚିତ୍।

chikoo

ସପେଟା

ଖରାଦିନରେ ବହୁଳମାତ୍ରାରେ ସପେଟା ମିଳିଥାଏ ।ଏହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଏଣୁ ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ ଲାଭକାରୀ। ଏହାର ଚୋପାରେ ଭରପୁର ମାତ୍ରର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ। ଏଣୁ ଭୁଲରେ ମଧ୍ୟ ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ।

apple

ସେଓ

ସେଓକୁ ସବୁବେଳେ ତାହାର ଚୋପା ସହ ଖାଇବା ଉଚିତ୍। କିଛି ଲୋକ ଏହାର ଚୋପା ଛଡ଼ାଇ ଖାଇଥାନ୍ତି। ଫଳରେ ଏଥିରେ ଥିବା ପୋଷକ ତତ୍ତ୍ବ କମ ହୋଇଯାଇଥାଏ। ଏଣୁ ସର୍ବଦା ସେଓକୁ ଚୋପା ସହ ହିଁ ଖାଆନ୍ତୁ।

graphs

ଅଙ୍ଗୁର

ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କିନ୍ତୁ କିଛି ଲୋକ ଅଙ୍ଗୁର ମଧ୍ୟ ଚୋପା ଛଡ଼ାଇ ଖାଇଥାନ୍ତି। କିନ୍ତୁ ଏପରି କରିବା ଉଚିତ୍ ନୁହଁ। କାରଣ ଅଙ୍ଗୁରର ଚୋପାରେ ରହିଥିବା ପୋଷକ ହାର୍ଟ ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button