ସପ୍ତାହରେ ୨ ଥର ପିଇ ନିଅନ୍ତୁ, ଗ୍ୟାସ୍ ମୂଳରୁ ଶେଷ ହେବ, ସମସ୍ତ ପେଟ ରୋଗ ହେଇଯିବା ଗାୟବ

। ସୂଚନା ଅନୁସାରେ ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଆପଣ ମାନେ ନିଜ ଖାଦ୍ୟ ଉପରେ ଏତେ ଧ୍ୟାନ ଦେଉନାହାନ୍ତି । ଯେତେ ବେଳେ ଯେଉଁଠି ସ୍ଵାଦିଷ୍ଟ ଓ ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଦେଖିବାକୁ ପାଉଛନ୍ତି । ସେହି ଖାଦ୍ୟକୁ ଆପଣ ମାନେ ଖାଇଦେଉଛନ୍ତି । ଯାହାଦ୍ଵାରା ଗ୍ଯାସ, ଏସିଡିଟି ଓ କବଜ ଭଳି ଅନେକ ପେଟ ରୋଗର ଶିକାର ହେଉଛନ୍ତି । ଏହାଦ୍ବାରା ଆପଣ ପେଟ ଯନ୍ତ୍ରଣା ଭୋଗିବା ସହ ବହୁତ ମେଡ଼ିସିନର ଖର୍ଚାନ୍ତ ହୋଇଥାନ୍ତି ।
ଆଜି ଆମେ ଆପଣଙ୍କୁ ଗ୍ଯାସ ଓ ଏସିଡିଟି ପାଇଁ ଏକ ବିଶେଷ ଘରୋଇ ଉପାୟ ପ୍ରସ୍ତୁତ କରି ଦେଖାଇବୁ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବିଶେଷ କିଛି ସାମଗ୍ରୀର ଆବଶ୍ୟକତା ପଡିବ ନାହିଁ । ସର୍ବ ପ୍ରଥମେ ଗୋଟିଏ ଲେମ୍ବୁକୁ ଛୋଟ ଛୋଟ ସ୍ଲାଇସ ଭାବେ କାଟି ରଖନ୍ତୁ । କାରଣ ଲେମ୍ବୁ ଡାଇଜେସନ ପାଇଁ ବହୁତ ହିଁ ଚମତ୍କାରୀ ହୋଇଥାଏ । ଦିତୀୟରେ ଗୋଟିଏ ଅଧା ଇଞ୍ଚ ଅଦାକୁ ଛୋଟ ଛୋଟ କାଟିକି ରଖନ୍ତୁ ।
ମନେ ରଖନ୍ତୁ ଅଦାକୁ ଅଧା ବଟା କିମ୍ବା ପେଷ୍ଟ କରିବେ ନାହିଁ । ତୃତୀୟରେ କିଛି ପୋଦିନା ପତ୍ର ଆଣନ୍ତୁ । ଏହି ପୋଦିନା ପତ୍ର ପେଟ ପାଇଁ ରାମବାଣ ସଦୃଶ ହୋଇଥାଏ । ଗୋଟିଏ ଗ୍ଳାସରେ କାଟିକି ରଖିଥିବା ଲେମ୍ବୁର ଦୁଇ ସ୍ଲାଇସ ସେଥିରେ ରଖନ୍ତୁ । ତାପରେ କଟା ଅଦାରୁ ଦୁଇ ତିନି ଖଣ୍ଡ ଗ୍ଲାସରେ ପକାନ୍ତୁ । କିଛି ପୋଦିନା ପତ୍ର ଛିଡାଇ ସେହି ଗ୍ଲାସରେ ରଖନ୍ତୁ । ତାପରେ ପାଣି ଆଣି ସେହି ଗ୍ଲାସରେ ପୂର୍ଣ୍ଣ କରନ୍ତୁ ।
ଆପଣ ଚାହିଁଲେ, ଏହି ରେମିଡିକୁ ଜଗରେ ମଧ୍ୟ ପ୍ରସ୍ତୁତ କରି ଦିନ ସାରା ଏହାର ଅଳ୍ପ ଅଳ୍ପ ସେବନ କରିପାରିବେ। ଯେଉଁ ପାତ୍ରରେ ପ୍ରସ୍ତୁତ କରିବେ ସେହି ଅନୁସାରେ ସବୁ ଜିନିଷର ପରିମାଣ ଦେଖିକି ପକାଇବେ। ଯଦି ଆପଣ ଏହା ସକାଳେ ପ୍ରସ୍ତୁତ କରନ୍ତି ୩ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଏମିତି ଢାଙ୍କି କରି ରଖିବେ । ଯେମିତି ପାଣିରେରଖିଥିବା ସମସ୍ତ ସାମଗ୍ରୀର ପୋଷକ ତତ୍ଵ ଏହି ପାଣି ମଧ୍ୟକୁ ପଳାଇ ଆସିବ ।
କେବଳ କାଚର ଗ୍ଲାସ କିମ୍ବା ଜଗରେ ଏହାକୁ ପ୍ରସ୍ତୁତ କରିପାରିବେ । ୪ ରୁ ୫ ଘଣ୍ଟା ପରେ ଏହି ପାଣିକୁ ଅଳ୍ପ ଅଳ୍ପ କରି ସେବନ କରିବେ । ରାତି ସମୟରେ ଏହି ପାଣିକୁ ନପିଇ ସକାଳେ କିମ୍ବା ଦୁଇ ପହରେ ଏହି ପାଣିର ସେବନ କରନ୍ତୁ । ଏହି ପାଣିର କିଛି ଦିନ ସେବନ ପରେ ଆପଣଙ୍କ ପେଟ ଜାତୀୟ ସମସ୍ତ ସମସ୍ଯାର ସମାଧାନ ହେବା ସହ ଲିଭର ମଧ୍ୟ ଠିକ ରହିବ । ଭୋକ ଲଗୁନଥିଲେ ଭୋକ ଲାଗିବା ଆରମ୍ଭ ହୋଇଯିବ ।
ଥକାପଣରୁ ମୁକ୍ତି ପାଇବେ । ଏହି ପରି ଭାବରେ କିଛି ଦିନ ଏହି ଚମତ୍କାରୀ ପାଣିର ସେବନ ଦ୍ଵାରା ଗ୍ଯାସ, ଏସିଡିଟି ଓ କବଜ ଭଳି ପେଟ ସମସ୍ଯା ଦୂର ହୋଇଯିବ ସହ ଆପଣ ସତେଜ ଅନୁଭବ କରିବେ।