ଦେଶ ବିଦେଶ

ପୋତା ଧନ ଏବଂ ଧନପ୍ରାପ୍ତିର ସଂକେତ ଦେଇଥାଏ କୁକୁର- Shakuna Shastra

ଆପଣ ମାନେ ସମସ୍ତେ କୁକୁରକୁ ନିଜ ଘର ଆଖ ପାଖରେ ଦେଖିବାକୁ ପାଇଥିବେ, କୁକୁଡ଼ା ଏମିତି ଗୋଟେ ଯିବ ଯାହା ଉଦାହରଣ ମଣିଷ ଦେଇଥାଏ ଶାସ୍ତ୍ର ଅନୁଯାଇ କୁକୁଡ଼ା ଦ୍ଵାରା କରା ଯାଇଥିବା କିଛି ବିଶେଷ ସଂକେତ ଆମ ଜୀବନରେ ବହୁତ ମୂଲ୍ୟବାନ ହୋଇଥାଏ । ଶକୁନ ଶାସ୍ତ୍ରରେ କୁକୁଡ଼ା ଦ୍ଵାରା କରା ଯାଇଥିବା ସଂକେତ ବିଷୟରେ ସପଷ୍ଟ ଓ ବିସ୍ତାର ଭାବରେ ଲେଖା ହୋଇଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧. କୌଣସି କୁକୁଡ଼ା ଯଦି ଆସି ଆପଣଙ୍କ ଆଁଠୁ ଶୁଙ୍ଗିବା ଆରମ୍ଭ କରିଥାଏ, ତେବେ ଏହାର ଅର୍ଥ ଆପଣଙ୍କ ପାଖରେ ଅପାର ଧନ ଆସିବାକୁ ଯାଉଛି ଓ ଆପଣ ନିଜ ସଫଳତା ବହୁତ ନିକଟରେ ଅଛନ୍ତି ।

୨. ଯଦି ଆପଣଙ୍କ ଘର ଆଗରେ କୁକୁର ଓ ଗାଈ ଦୁହେଁ ଏକାଠି ଖେଳୁଥିବାର ଦେଖା ଦିଅନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ସନ୍ତାନ ଯୋଗ ଆସିଛି ।

୩. କୁକୁର ଯଦି କୌଣସି ଜାଗାରେ ବାରମ୍ବାର ନିଜ ମୁଣ୍ଡ ରଗଡି ଥାଏ ତେବେ ସେଠାରେ ଧନ ଥିବାର ସମ୍ଭାବନା ହୋଇଥାଏ ।

୪. ଯଦି କୌଣସି କୁକୁର ଯାତ୍ରା ସମୟରେ ଆପଣଙ୍କ ବାଁ କଡରେ ବହୁତ ଦୂର ପର୍ଯ୍ୟନ୍ତ ଏକାଠି ଯାଇଥାଏ ତେବେ ଆପଣଙ୍କୁ କୌଣସି ସ୍ତ୍ରୀ ବା ଧନ ପ୍ରାପ୍ତି ହବାକୁ ଯାଉଛି ଓ ଯଦି ଡାହାଣ କଡରେ ଯାଇଥାଏ ତେବେ ଚୋରୀ ହବାର ସମ୍ଭାବନା ଅଟେ ।

୫. ବର୍ଷାକାଳରେ କୁକୁର ଯଦି କୌଣସି ଗଛ ମୂଳରେ ଠିଆ ହୋଇ ଭୋକିଥାଏ ତେବେ ଏହା ଭଲ ବର୍ଷା ହବାର ସଂକେତ ଅଟେ ।

୬. କୁକୁର ଯଦି କାନ୍ଦି କାନ୍ଦି କୌଣସି ଘର କାନ୍ଥ ଉପରେ ପଞ୍ଜା ମାରିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ ଚୋରୀ ହବାକୁ ଯାଉଛି ।

୭. କୌଣସି ବ୍ୟକ୍ତି ଅନ୍ତିମ ସଂସ୍କାର କରି ଫେରିବା ସମୟରେ ଯଦି ମସାଣିରୁ କୌଣସି କୁକୁର କାହା ସହ ଆସିଥାଏ ତେବେ ଏହାର ଅର୍ଥ ସେହି ମଣିଷ ବହୁତ ଶୀଘ୍ର ମୃତ୍ୟୁକୁ ପ୍ରାପ୍ତ କରିବାକୁ ଯାଉଛନ୍ତି ।

୮. ଯଦି କୌଣସି କୁକୁର ଆପଣଙ୍କ ସାମ୍ନାକୁ ଜଳୁଥିବା କାଠ ନେଇକି ଆସିଥାଏ ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ସମୟ ପାଖେଇ ଆସିଲାଣି ବା ବହୁତ ଭୟଙ୍କର କଷ୍ଟ ଆପଣଙ୍କୁ ହବ ଯାହା ମୃତ୍ୟୁ ଠାରୁ ବି କଷ୍ଟକର ହୋଇବ ।

୯. ଯଦି କୌଣସି ପୋଷା କୁକୁର ଆଖିରେ ଅସ୍ରୁ ଆଣିଥାଏ ଓ ଖାଇବା ପିବା ଛାଡି ଦେଇଥାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ ବହୁତ ବଡ ସଙ୍କଟ ଆସିବାକୁ ଯାଉଛି ।

୧୦. ଯଦି ଆପଣଙ୍କ ଦୁଆର ବନ୍ଧରେ ଆସି କୌଣସି କୁକୁର ବାରମ୍ବାର ଭକିଥାଏ ତେବେ ଆପଣଙ୍କ ଘର ପରିବାର ଉପରେ ରୋଗ ବା କଷ୍ଟ ର ପାହାଡ ପଡିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button