ଓଡିଶା

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

ବରଗଡ଼ : ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି । ୭୫ତମ ଏହି ଧନୁଯାତ୍ରାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଧନୁଯାତ୍ରାର ପ୍ରଥମ ସନ୍ଧ୍ୟାରେ ଦେବକୀ, ବାସୁଦେବଙ୍କ ବିବାହ, କଂସଙ୍କୁ ଶୂନ୍ୟ ବାଣୀ ହେବାସହ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ମଥୁରା ନଗରୀର ରାଜ ସିଂହାସନ ଆରୋହଣ କରିଛନ୍ତି । ଏହାସହ ଅନେକ ରାଜ୍ୟର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ । ଧନୁଯାତ୍ରାର ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button