ରାଜନୀତି

ବିରେନ ସିଂହଙ୍କ ଇସ୍ତଫା ଦାବି; ବଦଳିପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ

ବଦଳିପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ! ବର୍ତ୍ତମାନ ଏପରି ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ମଣିପୁରର କିଛି ବିଧାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

ରିପୋର୍ଟ ଅନୁସାରେ, ଏମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ବିରେନ ସିଂହଙ୍କ ଇସ୍ତଫା ଦାବି କରିପାରନ୍ତି ।

ହେଲେ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । କିଛି ଲୋକ ସ୍ୱାର୍ଥ ପାଇଁ ଏପରି ଗୁଜବ ପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ,ମଣିପୁରରେ ବତ ବର୍ଷ ଆରମ୍ଭ ହୋଇଥିବା ଜାତିଗତ ହିଂସା ପରଠାରୁ ଏଠାରେ ହିଂସାତ୍ମାତ ଘଟଣା ଜାରି ରହିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କୁ ବିରୋଧ କରାଯାଉଛି ।

ବିରୋଧୀ ବାରମ୍ବାର ତାଙ୍କ ଇସ୍ତଫା ଦାବି କରି ଆସୁଛନ୍ତି । ଯାହା ପରେ ଚର୍ଚ୍ଚା ହେଉଛି ଯେ, ବିରେନ ସିଂହଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ । ହେଲେ ନିଜେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଏହି ଗୁଜବ ଉପରେ ବ୍ରେକ୍ ଲଗାଇଛନ୍ତି ।

ସେ କହିଛନ୍ତି, ମଣିପୁରରେ ଜାରି ରହିଥିବା ଜାତୀୟ ହିଂସାର ସମାଧାନ ପାଇଁ ବିଧାୟକମାନେ ବିଜେପି ନେତୃତ୍ୱ ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

ସେହିପରି ନିର୍ବାଚନରେ ବିଜୟ ପରେ ଦିଲ୍ଲୀ ଯାଇ କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି ମଧ୍ୟ ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button